Home ଜିଲ୍ଲା ପରିକ୍ରମା ସାଜ ସଜା ସହିତ ଚଳ ଚଂଚଳ ମା ଭଦ୍ରକାଳୀ ପୀଠ, ମହାଯଜ୍ଞର ରୌପ୍ୟ ଜୟନ୍ତୀ

ସାଜ ସଜା ସହିତ ଚଳ ଚଂଚଳ ମା ଭଦ୍ରକାଳୀ ପୀଠ, ମହାଯଜ୍ଞର ରୌପ୍ୟ ଜୟନ୍ତୀ

0

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରମ ବୈଷ୍ଣବୀ ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ପୀଠ ରେ ୮ ନଭେମ୍ୱର ରବିବାର ଠାରୁ ପାଳିତ ହେବ ମହାଯଜ୍ଞ ର ରୌପ୍ୟ ଜୟନ୍ତୀ ଉତ୍ସବ। ସପ୍ତ ମାତୃକା ବେଶ ରେ ସାତ ଦିନ ଧରି ପୁଜା ପାଇବେ ମା ଭଦ୍ରକାଳୀ। ପୀଠ ରେ ମହାଯଜ୍ଞ ଓ ମା ଙ୍କ ର ସପ୍ତ ମାତୃକା ବେଶ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ଚଳିତ ବର୍ଷ ପୀଠ ରେ ମହାଯଜ୍ଞ ର ରୌପ୍ୟ ଜୟନ୍ତୀଉତ୍ସବ କୁ ଅତି ଆଡମ୍ବର ଓ ଯାକ ଜମକ ରେ ପାଳନ କରାଯାଉଛି। ସବୁଆଡେ ଆଲୋକ ମାଳା, ତୋରଣ ବିଭିନ୍ନ୍ ସାଜ ସଜ୍ଜା ରେ ଅତି ଆକର୍ଷଣୀୟ ଦିଶୁଛି ମା ଭଦ୍ରକାଳୀ ଙ୍କ ପୀଠ। ଭକ୍ତ ମାନେ ଚଳିତ ବର୍ଷ ମା ଙ୍କୁ ଦର୍ଶନ କରିବା ସହିତ ପୀଠ ରେ ପବିତ୍ର ଶିବ ରତ୍ନ ମଣି ଓ ଦୁର୍ଲ୍ଲଭ ଗୋମତୀ ଚକ୍ର କୁ ଦର୍ଶନ କରି ଆଶୀର୍ବାଦ ପ୍ରାପ୍ତ ହେବେ।ପ୍ରଥମ ଦି୍ୱସ ରବିବାର ମା ବେଦ ମାତା ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେବେ। ବେଦମାତ। ବେଶ ସହିତ ପୀଠ ରେ ଆରମ୍ଭ ହେବ ମହାଯଜ୍ଞ। ଏହି ମହାଯଜ୍ଞ ର ମାନସିକ କଳସ ଶୋଭା ଯାତ୍ରା ଅତି ନିଆରା ଢଙ୍ଗ ରେ ଆୟୋଜନ କରାଯାଇଚି। ଗଗନ ଗୁରୁଜୀ ଙ୍କ ମାର୍ଗ ଦର୍ଶନ ରେ ଦିବ୍ୟ ମହକୁମ୍ଭ ଶୋଭା ଯାତ୍ରା ଅନୁଷ୍ଠିତ ହେବ।୧୦୦୮ ଭକ୍ତ ଘଟୋତଳନ କରୁଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୦ହଜାର ଭକ୍ତ ସମାଗମ ହେବ ବୋଲି ଆକଳନ କରାଯାଇଛି। ଗୁଜୁରାଟ ରୁ ଆସିଥିବା ନିଆରା ମୁଚୁଳ। ରେ ମହିଳା ଭକ୍ତ ଘଟ ମୁଣ୍ଡ ରେ ରଖିବେ। ମହିଳା ମାନେ ତିନି ଭାଗ ରେ ବିଭକ୍ତ ହୋଇ ମହାଲକ୍ଷ୍ମୀ, ମହାକାଳୀ ଓ ମହାସରସ୍ୱତୀ ଙ୍କ ଉଦ୍ଦେଶ୍ୱରେ ଲାଲ, କଳା ଓ ହଳଦୀ ରଙ୍ଗ ର ଶାଢ଼ୀ ପରିଧାନ କରିବେ। ଆଗରେ ସେବାୟତ ଦୁଇ ଜଣ ପଣସ ଓ ଅନ୍ୟ ଦୁଇ ସେବାୟତ ଲାଲ କଦଳୀ ଗଛ ଧରି ଶୋଭାଯାତ୍ରା ରେ ଚାଲିବେ। ଦୁଇ ଜଣ ମା ଙ୍କ ସେବକ ରାଜା ଓ ରାଣୀ ବେଶ ରେ ମାନସିକ କଳସ ଯାତ୍ରା ରେ ଆଗରେ ରହିବେ। ଶୋଭାଯାତ୍ରା ର ଏହି ରୂପ ତଥା ନିୟମ କୁ ଶାସ୍ତ୍ରୀୟ ନିତି ଅନୁସାରେ କର। ଯାଉଛି। ତିନି ପ୍ରକାର ବାଦ୍ୟ ଓ ଭଜନ କୀର୍ତନ,ବେଦ ପାଠ ରେ ଭକ୍ତ ମାନେ ଗ୍ରାମ ପରିକ୍ରମା ପୂର୍ବକ ପବିତ୍ର ସାଳନ୍ଦୀ ନଦୀ ରୁ ଜଳ ଉଠାଇ ମନ୍ଦିର କୁ ଆଣି କଳସ ମଣ୍ଡପ ରେ ଘଟ ସ୍ଥାପନା କରିବେ। କଳସ ମଣ୍ଡପ ରେ ଘଟ ସ୍ଥାପନା ପରେ ଯଜ୍ଞ ମଣ୍ଡପ ର ପୁଜା ରିତି ନୀତି କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ। ମା ଭଦ୍ରକାଳୀ ଙ୍କ ପୀଠ ରେ ଏକ ଆଧ୍ୟାତ୍ମିକ ପରିବେଶ ସହିତ ସଂସାର ର ମଙ୍ଗଳ କାମନା ପୂର୍ବକ ଏହି ମହାଯଜ୍ଞ କରାଯାଉଛି ବୋଲି ଏହାର ବାର୍ତା ଦେଶ ବିଦେଶ ତଥା ଦେବାଲୋକ ପର୍ଯ୍ୟନ୍ତ ପ୍ରେରଣ କାରାଯିବ। ବାର୍ତା ପ୍ରେରକ ରୁପେ ମହେନ୍ଦ୍ର ଗିରୀ ପର୍ବତ ରୁ ଆସିଥିବା ଦୁଇଟି ଶୁଭ ବିହଙ୍ଗ କୁ ମା ଙ୍କ ମନ୍ଦିର ଶିଖର ରୁ ଉଡ଼ାଇ ଦିଆଯିବ। ଏହାର ଶାସ୍ତ୍ରୀୟ ମତ କୁ ମଧ୍ୟ ଭକ୍ତ ମାନଙ୍କ ସମ୍ମୁଖରେ ରଖାଯିବ। ମାନସିକ ଧାରୀ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ମନ୍ଦିର ପ୍ରସାଶନ ରରଫରୁ ପ୍ରସାଦ ବଂଟନ କରାଯିବା ର ବ୍ୟବସ୍ଥା କରାଯାଇଚି। ମହାଯଜ୍ଞର ପ୍ରତ୍ୟେକ ଦି୍ୱସ ରେ ପୀଠ ରେ ଚଣ୍ଡୀ ପାଠ, ଭାଗବତ ପାଠ, ରୁଦ୍ର।ଭିଶେକ, ଗୀତା ପାଠଓ ବେଦ ମନ୍ତ୍ର ରେ ପୀଠ ପ୍ରକମ୍ପିତ ହେବ। ନିଆରା ଆଧ୍ୟାତ୍ମିକ ପରିବେଶ ରେ ଭକ୍ତ ମାନେ ମାଙ୍କୁ ଦର୍ଶନ କରି କୃତାର୍ଥ ହୋଇ ପାରିବେ। ପୀଠ ରେ ପ୍ରତ୍ୟେକ ସନ୍ଧ୍ୟାରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗ ଦ୍ୱାରା ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ସାତ ଦିନ ମଧ୍ୟରେ ପାଲା, ପ୍ରବଚନ, ନୃତ୍ୟ, ପାଇକ ଆଖଡ଼ା, ଗୋଟିପୁଅ ନାଚ, କଳାଜିବି ଙ୍କ ନୃତ୍ୟ, ଭଜନ ସନ୍ଧ୍ୟା ଆଦି କାର୍ଯ୍ୟ କ୍ରମ ପରିବେଶନ ହେବ। ଗୋଟିଏ ଦିନ ସନ୍ଧ୍ୟା ରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଙ୍କ ମାର୍ଗ ଦର୍ଶନ ରେ ବିଭିନ୍ନ ଧାମ ରୁ ସାଧୁ ସନ୍ଥ ମାନେ ମା ଙ୍କ ପୀଠକୁ ଆସି ପୀଠ ରେ ମା ଙ୍କ ଉଦଦେଶ୍ୟରେ ଦିବ୍ୟ ଆରତୀ କରିବାର କାର୍ଯ୍ୟ କ୍ରମ ସ୍ଥିର ହୋଇଛି। ଭକ୍ତ ମାନଙ୍କ ଭିଡ଼ ନିମନ୍ତେ ପୋଲିସ ପ୍ରସାଶନ ତତ୍ପରତା ପ୍ରକାଶ କରିଛି। ଜିଲ୍ଲା ପ୍ରସାଶନ ମଧ୍ୟ ସବୁ କାର୍ଯ୍ୟ ରେ ସହଯୋଗ କରୁଛି। ସେବାୟତ, ପୂଜକ, ଗ୍ରାମବାସୀ ଶ୍ରଦ୍ଧାଳୁ ଭକ୍ତ ମାନେ ମାଙ୍କ ର ସପ୍ତ ମାତୃକା ବେଶ ଓ ମହାଯଜ୍ଞ କୁ ଭବ୍ୟ ଦିବ୍ୟ କରିବା ନିମନ୍ତେ ନିଜ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.