ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶର ସ୍ୱାଧୀନତା ପୂର୍ବରୁ ଓ ପରେ ଭଦ୍ରକ, ଓଡ଼ିଶା ତଥା ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଏଇ ମାଟିର ମଣିଷ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ, ଭାରତର ସ୍ୱାଧୀନତା ପୂର୍ବରୁ ଓ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶାର ନେତୃତ୍ୱ ନେଇଥିଲେ ଏବଂ ତାଙ୍କରି ଚେଷ୍ଟାରେ ବୃହତ ଓଡିଶା ଗଠନ ହେବା ସହ ଭୁବନେଶ୍ୱରରେ ଓଡ଼ିଶାର ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ସେହିପରି ଭଦ୍ରକ ମାଟିର ସନ୍ତାନ ନୀଳମଣି ରାଉତରାୟ ମଧ୍ୟ ଓଡ଼ିଶାର ନେତୃତ୍ୱ ନେଇ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ଥିଲେ। ସେହିପରି ଭଦ୍ରକ ମାଟିର ବହୁ ସନ୍ତାନ, ଓଡ଼ିଶା ରାଜନୀତିରେ କୀର୍ତି ର ସ୍ୱାକ୍ଷର ରଖି ଯାଇଛନ୍ତି ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ , ଚରମ୍ପା ପ୍ରାୟୋଜିତ ତଥା ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଆୟୋଜିତ ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଚତୁର୍ଥ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ହନିଫ୍ ଙ୍କୁ ଉତ୍ସର୍ଗ କରାଯାଇଥିଲା। ଟ୍ରଷ୍ଟର ଉପସଭାପତି ବାବୁଲାଲ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଓ ରାଜନୀତି ଉପରେ ଆଲୋକପାତ କରିଥିଲେ। ଭଦ୍ରକ ପୌରପରିଷଦ ଅଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ୍ ବିଶେଷ ଅତିଥି, ବିଶିଷ୍ଟ ସାମାଜିକ କର୍ମୀ ରାଜଲକ୍ଷ୍ମୀ ମହାପାତ୍ର ମୁଖ୍ୟ ବକ୍ତା, ବରିଷ୍ଠ ସାହିତ୍ୟିକ ଉମେଶ ଚନ୍ଦ୍ର ମହାପାତ୍ର, ଶକ୍ତି ସ୍ୱରୂପା ଫାଉଣ୍ଡେସନର ସଭାନେତ୍ରୀ ଶଶିକଳା ମିଶ୍ର, ସମ୍ପାଦିକା ତଥା ଶିକ୍ଷୟିତ୍ରୀ ସରୋଜିନୀ ନାୟକ ଓ ଉପସଭାନେତ୍ରୀ ଅନିତା ରାୟ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମହୋତ୍ସବର ସଭାପତି ଇଂ. ଅଭୟ ସୂତାର ସ୍ୱାଗତ ଭାଷଣ, ଓଡ଼ିଶା ତେଜସ୍ୱନୀ ମହିଳା ସଂଗଠନ ସଭାନେତ୍ରୀ କଳ୍ପନା ଜେନା ଅତିଥି ପରିଚୟ ଦେଇଥିବା ବେଳେ ସମ୍ପାଦକ ରବି ନାରାୟଣ ଖିଲାର ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିଲେ ଓ ଶିକ୍ଷକ ତଥା ସାହିତ୍ୟିକ ସରୋଜ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।ସାଂସ୍କୃତିକ ସମ୍ପାଦକ ରାମ ନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଓ ସଂଗଠନର ସହ ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା , ଶିକ୍ଷୟିତ୍ରୀ ଭାରତୀ ବାଇ, ଭୂମିକନ୍ୟା ମହିଳା ସଂଗଠନର ସଭାନେତ୍ରୀ ସଂଯୁକ୍ତା ବଳ, ସମ୍ପାଦିକା ଦମୟନ୍ତୀ ରାଉତ କୁଇଜ୍ କାର୍ଯ୍ୟକ୍ରମ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂଗଠନର ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର, ସଂଗଠନ ସମ୍ପାଦକ ନାରାୟଣ ଚନ୍ଦ୍ର ପାଢ଼ୀ, ପ୍ରଧାନ ଶିକ୍ଷୟିତ୍ରୀ ଡ. ଜାନକୀ ପାଢ଼ୀ, କବୟିତ୍ରୀ ତଥା ଶିକ୍ଷୟିତ୍ରୀ ମନୋରମା ରାୟ, ଆଡଭୋକେଟ୍ ଅଞ୍ଜୁବାଳା ରାଉତ ପ୍ରମୁଖ ମଂଚ ଓ ଉତ୍ସବ ପରିଚାଳନା କରିଥିଲ। ମନମୋହନ ସଂଗୀତ ପରିଷଦ , ଭଦ୍ରକର କଳାକାରମନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
Home ଜିଲ୍ଲା ପରିକ୍ରମା ଓଡ଼ିଶା ରାଜନୀତିରେ ଭଦ୍ରକ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ...








