Home ଜିଲ୍ଲା ପରିକ୍ରମା ଶିକ୍ଷା ହିଁ ବିକାଶର ମୂଳ ଉତ୍ସ-ମନ୍ତ୍ରୀ ସୂର୍ଯ୍ୟବଂଶୀ, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଶିଳାନ୍ୟାସ

ଶିକ୍ଷା ହିଁ ବିକାଶର ମୂଳ ଉତ୍ସ-ମନ୍ତ୍ରୀ ସୂର୍ଯ୍ୟବଂଶୀ, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଶିଳାନ୍ୟାସ

5

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକର ସହିଦ ନଗର ଉଚ୍ଚ ବିଦ୍ୟାଳୟ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଶିଳାନ୍ୟାସ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରକୃତ ଶିକ୍ଷା ହିଁ ବିକାଶର ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ।ମନ୍ତ୍ରୀ ଶ୍ରୀ ସୂରଜ କହିଲେ ଯେ କେବଳ ମୁଁ ନୁହଁ ପୂର୍ବର ସମସ୍ତ ବିଧାୟକ ପ୍ରାକୃତିକ ବିପର୍ଯ୍ୟୟଗ୍ରସ୍ତ ଧାମନଗର ମାଟିରେ ଶିକ୍ଷା ଭିତିଭୂମି ନିର୍ମାଣ କରିବା ଦିଗରେ କାର୍ଯ୍ୟ କରିଥିବାରୁ ଅଧିକ ସ୍କୁଲ କଲେଜ ନିର୍ମାଣ ହୋଇଛି ଏବଂ ଛାତ୍ରଛାତ୍ରୀମାନେ ସହଜ ଓ ସୁବିଧାରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି।ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଦ୍ୱାରା ଶିକ୍ଷା ବ୍ୟବସ୍ଥା ଅଧିକ ସାର୍ବଜନୀନ ହୋଇପାରିବ।ଧାମନଗରରେ ଇତିମଧ୍ୟରେ ୯ ଗୋଟି ଶିକ୍ଷାନୁଷ୍ଠାନ ଏହି ଯୋଜନାରେ ସାମିଲ ହେବା ରାଜ୍ୟ ସରକାରଙ୍କ ଶିକ୍ଷା ପ୍ରତି ଥିବା ଅଙ୍ଗିକରବଦ୍ଧତାକୁ ପ୍ରମାଣିତ କରୁଛି।ଜିଲ୍ଲାପାଳ ସୋମେଶ ଉପାଧ୍ୟୟ ବକ୍ତବ୍ୟରେ ସରକାରଙ୍କ ଏହି ଯୋଜନା ଯୁଗାନ୍ତକାରୀ ଏବଂ ଏହା ଦ୍ୱାରା ପ୍ରାଥମିକସ୍ତରରୁ ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ସମସ୍ତ ଭିତିଭୂମିର ସୁଯୋଗ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ।ଧାମନଗର ପ୍ରେସ କ୍ଲବର ପୂର୍ବତନ ସଭାପତି ସାମ୍ବାଦିକ ବୈକୁଣ୍ଠ ନାଥ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବ ସଭାରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ଆଭିମୁଖ୍ୟ ଏବଂ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ।ସହିଦ ନଗର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟତମା ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ସମାରୋହରେ ରାଜ୍ୟର ୬୩୦ ବିଦ୍ୟାଳୟ ସମେତ ଧାମନଗର ବ୍ଳକର ସହିଦ ନଗର ନୋଡ଼ାଲ ହାଇସ୍କୁଲ,ଅସୁରାଳି ଦେଶବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ହସନାବାଦ ଗୋପବନ୍ଧୁ ନଗର ହାଇସ୍କୁଲ,କୋରୁଆ-ଗୋବିନ୍ଦପୁର ହାଇସ୍କୁଲ,ଅର୍ଜୁନପୁର ଜୟ କିଷାନ ହାଇସ୍କୁଲ ଏବଂ ଦେହୁଡ଼ି ଆନନ୍ଦପୁର ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହିଦ ନଗର ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ଆଶୁତୋଷ କର ଏବଂ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହିତ କଥା ହୋଇଥିଲେ।ଏହି ଉତ୍ସବରେ ଧାମନଗର ବିଡିଓ ବନ ବିହାରୀ ଦିନ୍ଦା,ତହସିଲଦାର ଜ୍ଞାନ ରଂଜନ ସାହୁ,ବିଇଏଓ ପ୍ରଫୁଲ୍ଲ କୁମାର ସାହୁ,ବରିଷ୍ଠ ନେତା ଅଶୋକ ପୁହାଣ,ରଘୁନାଥ ପାତ୍ର,ଚତୃଭୂଜ ନାୟକ,ରଘୁନାଥ ଲେଙ୍କା,ହରେକୃଷ୍ଣ ପାଢ଼ୀ,ଦେବେନ୍ଦ୍ର ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.