Home ଜିଲ୍ଲା ପରିକ୍ରମା ଘୋଡ଼ା ମେଳନର ବରିଷ୍ଠ କଳାକାର ସ୍ୱର୍ଗତଃ ନନ୍ଦକିଶୋର ମାଝୀଙ୍କ ସ୍ମୃତିଚାରଣ ସଭା

ଘୋଡ଼ା ମେଳନର ବରିଷ୍ଠ କଳାକାର ସ୍ୱର୍ଗତଃ ନନ୍ଦକିଶୋର ମାଝୀଙ୍କ ସ୍ମୃତିଚାରଣ ସଭା

3

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ କଳାକାର ସ୍ୱର୍ଗତଃ ନନ୍ଦକିଶୋର ମାଝୀଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଅଧିବକ୍ତା ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଗରଦପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ତଥା ଭଦ୍ରକ ଶିକ୍ଷା ବିକାଶ ପରିଷଦର ସଂକୁଳ ପ୍ରମୁଖ ସଂଗ୍ରାମ କିଶୋର ମହାନ୍ତି, ସମ୍ମାନିତ ଅତିଥି ଭାବେ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ଯୋଗଦାନ କରିଥିଲେ। ଉକ୍ତ ସଭାରେ ପୂର୍ବତନ ପାରିଷଦ ମଞ୍ଜୁଲତା ମାଝୀ, ରମେଶ ମାଝୀ, ପ୍ରଦୀପ ମାଝୀ, ବ୍ୟଙ୍ଗ କବି ବିଜୟ ବହଳି, ପ୍ରଦ୍ୟୋତ୍ତନ ସୁଆର ଅନିଲ ନାୟକ, ସୁଶାନ୍ତ କୁମାର ଦାସ, ହରିହର ମହାନ୍ତି, ସୁଧାଂଶୁ ଶେଖର ମହାନ୍ତି, ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ। ୰ ନନ୍ଦ କିଶୋର ମାଝୀଙ୍କ ତିନି ପୁତ୍ର ସୁବାଷ ଚନ୍ଦ୍ର ମାଝୀ, ରାଜେନ୍ଦ୍ର ମାଝୀ ଓ ଭାଗିରଥି ମାଝୀ ଏବଂ ପରିବାରର ଅନ୍ୟ ସଦସ୍ୟ ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ। ଶେଷରେ ମଧ୍ୟମ ପୁତ୍ର ରାଜେନ୍ଦ୍ର ମାଝୀ ସମସ୍ତ ଅତିଥିମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.