Home ଜିଲ୍ଲା ପରିକ୍ରମା ଜାଗୁଳା ପଂଚାୟତ ହାଇସ୍କୁଲ ହେଲା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ

ଜାଗୁଳା ପଂଚାୟତ ହାଇସ୍କୁଲ ହେଲା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ

2

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ରାଜ୍ୟରେ ୩୧୦ଟି ବିଦ୍ୟାଳୟର ଉନ୍ନତୀକରଣ କରାଯାଇଛି। ଏହି ନିୟମାନୁଯାଇ ପୁରୁଣା ବିଦ୍ୟାଳୟର ନାମ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ନାମରେ ନାମିତ କରାଗଲା। ଆଜି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଭାସି ମାଧ୍ୟମରେ ଏହି ବିଦ୍ୟାଳୟ ଗୁଡିକର ଭିତିପ୍ରସ୍ଥର ସ୍ଥାପନା କରିଥିଲେ। ଚାନ୍ଦବାଲି ବ୍ଲକ ଜାଗୁଳା ପଂଚାୟତରେ ଥିବା ପଂଚାୟତ ହାଇସ୍କୁଲର ନାମ ଆଜି ଠାରୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ନାମରେ ନାମିତ ହୋଇଛି। ଏହି ଉପଲକ୍ଷେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ, ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ବ୍ଲକଶିକ୍ଷାଧିକାରିଣୀ ତ୍ରିପୁରା ପଲେଇ, ଏବଂ ସନାତନ ଜେନା ଯୋଗ ଦେଇଥିଲେ।ପ୍ରଥମେ ବିଦ୍ୟାଳୟ ପ୍ରାଣପ୍ରତିଷ୍ଠାତା ତ୍ରିଲୋଚନ ପ୍ରଧାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଜାଗୁଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ନିରାକାର ବେହେରା ସଭାପତିତ୍ୱ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଜି ଉପସ୍ଥିତ ଅତିଥି ବୃନ୍ଦ ଜାଗୁଳା ପଂଚାୟତ ହାଇସ୍କୁଲ ର ପ୍ରାଣ ପ୍ରତିଷ୍ଠାତା ଶିକ୍ଷାବିତ ତ୍ରିଲୋଚନ ପ୍ରଧାନ ଙ୍କ ଅବଦାନରେ ଏହି ବିଦ୍ୟାଳୟ ଗଢି ଉଠିଥିବା ବେଳେ ସମାଜସେବୀ ତଥା ଧାମରାଇ ମଣ୍ଡଳର ସଭାପତି ଟୁଲୁ ପ୍ରଧାନଙ୍କ ପ୍ରଚେଷ୍ଠାରେ ଏହି ବିଦ୍ୟାଳୟ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟରେ ନାମିତ ହୋଇଥିବାରୁ ସେମାନଙ୍କୁ ଅଂଚଳବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ।ଆଜିର ଏହି ସଭାରେ ଟୁଲୁ ପ୍ରଧାନ, ସୁବାଶ ଦାସ , ପ୍ରମୋଦ ନାୟକ, ସୋନୁ ଲେଙ୍କା,ସର୍ବଶିକ୍ଷା ଅଭିଯାନ ପକ୍ଷରୁ ବିଶ୍ୱଜିତ ଦାସ, ପର୍ଯ୍ୟବେକ୍ଷକ ରେବତୀକାନ୍ତ ବେହେରା, ରଞ୍ଜିତ ଜେନା, ଅଜିତ ପଳିତା, ପ୍ରେମାନନ୍ଦ ମିଶ୍ର, ଭାସ୍କର ଦାସ, ଯୁଧିଷ୍ଠିର ମହାଳିକ, ତ୍ରିଲୋଚନ ଦାସ, ପଂଚାନନ ବେହେରା, କଲ୍ୟାଣୀ ଦାସ, ସସ୍ମିତା ପ୍ରଧାନ, ରମଜାନ ଅଲ୍ଲି ସାହା, ପ୍ରମୋଦ ପ୍ରଧାନ,କମଲେନ୍ଦୁ ବେରା ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ଆଭାସି ମାଧ୍ୟମରେ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.