Home ଜିଲ୍ଲା ପରିକ୍ରମା ଚାନ୍ଦବାଲି: ନୌବାଣିଜ୍ୟ ପରମ୍ପରାର ଗୌରବୋଜ୍ଜ୍ୱଳ ସ୍ୱାକ୍ଷର, ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ତୃତୀୟ...

ଚାନ୍ଦବାଲି: ନୌବାଣିଜ୍ୟ ପରମ୍ପରାର ଗୌରବୋଜ୍ଜ୍ୱଳ ସ୍ୱାକ୍ଷର, ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟା

2

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ। ଉତ୍କଳର ସାଧବ ପୁଅ ଓ ବଣିକ ବୋଇତ ନେଇ, ଦରିଆ ପାରି ହୋଇ ବିଦେଶରେ ବଣିକ କରି ଓଡ଼ିଶାର ଅର୍ଥନୀତିକୁ ସୁଦୃଢ କରିଥିଲେ। ଏହି ପରମ୍ପରାରେ ,ଅତି ପ୍ରାଚୀନ କାଳରୁ ଭଦ୍ରକର ଚାନ୍ଦବାଲି ,ସମୁଦ୍ରକୁ ପ୍ରବେଶ ପଥ ଭାବେ ପ୍ରସିଦ୍ଧି ଲାଭ କରି ବନ୍ଦରର ମାନ୍ୟତା ଲାଭ କରିଥିଲା ଏବଂ ବିଂଶ ଶତାବ୍ଦୀର ଷାଠିଏ ଦଶକ ପର୍ଯ୍ୟନ୍ତ ସଫଳ ଭାବରେ କାର୍ଯ୍ୟ କରୁଥିଲା। ଏବେ ଏକବିଂଶ ଶତାବ୍ଦୀରେ ପୁଣିଥରେ ଧାମରା – ଚାନ୍ଦବାଲି ବନ୍ଦର ପ୍ରତିଷ୍ଠା ହୋଇଛି। ଏଣୁ ଚାନ୍ଦବାଲି ନୌବାଣିଜ୍ୟ ପରମ୍ପରାର ଗୌରବୋଜ୍ଜ୍ୱଳ ସ୍ୱାକ୍ଷର ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ , ଚରମ୍ପା ପ୍ରାୟୋଜିତ ତଥା ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଆୟୋଜିତ ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ତୃତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ତୃତୀୟ ସନ୍ଧ୍ୟାକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ ଚକ୍ରଧର ବେହେରାଙ୍କୁ ଉତ୍ସର୍ଗ କରାଯାଇଥିଲା। ଟ୍ରଷ୍ଟର ସଭାପତି ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ସିଟି ଡି. ଏସ୍‌. ପି. ଅନିଲ୍ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ଓ ପୁସ୍ତକ ମେଳାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।। ବେଷ୍ଟ ଇଞ୍ଜିନିୟରିଂ କଲେଜ, ଅସୁରାଳିର ଅଧ୍ୟକ୍ଷ ଇଂ. ରବୀନ୍ଦ୍ର କୁମାର ଜେନା ମୁଖ୍ୟ ବକ୍ତା, ସାରସ୍ୱତ ସଂଗଠକ ବାବୁଲାଲ ଦାସ , ସାହିତ୍ୟିକା ତଥା ଅଧ୍ୟକ୍ଷା ଦିପ୍ତିମୟୀ ସାହୁ,ବିଶିଷ୍ଟ ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ , ସାରସ୍ୱତ ସଂଗଠକ ତଥା ଚାନ୍ଦବାଲି ବ୍ଲକ ବିଜ୍ଞାନ ସଂଯୋଜକ ଅମୂଲ୍ୟ କୁମାର ରାଉତ, ଭୂମିକନ୍ୟା ମହିଳା ସଂଗଠନ, ଭଦ୍ରକର ସମ୍ପାଦିକା ଦମୟନ୍ତୀ ରାଉତ ପ୍ରମୁଖ ବରେଣ୍ୟ ଅତିଥି, ଚିତ୍ର ଶିଳ୍ପୀ ତଥା ସମାଜସେବୀ ପ୍ରଭାତ କୁମାର ଜେନା, ଶିକ୍ଷକ ନେତା ତଥା ସଂଗଠକ ପ୍ରଫୁଲ୍ଲ କୁମାର ପରିଡ଼ା ସମ୍ମାନନୀୟ ବକ୍ତା ଭାବେ ଯୋଗଦେଇଥିଲେ। ମହୋତ୍ସବର ସମ୍ପାଦକ ରବି ନାରାୟଣ ଖିଲାର ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ଦେଇଥିବା ବେଳେ ପଣ୍ଡିତ ସନ୍ତୋଷ କୁମାର ମିଶ୍ର ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ ଓ ମହୋତ୍ସବର ଆବାହକ ନୀହାର ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ରାମ ନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଓ ସଂଗଠନର ସହ ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା କୁଇଜ୍ କାର୍ଯ୍ୟକ୍ରମ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂଗଠନ ସମ୍ପାଦକ ନାରାୟଣ ଚନ୍ଦ୍ର ପାଢ଼ୀ, ପ୍ରଧାନ ଶିକ୍ଷୟିତ୍ରୀ ଡ. ଜାନକୀ ପାଢ଼ୀ, କବୟିତ୍ରୀ ତଥା ଶିକ୍ଷୟିତ୍ରୀ ମନୋରମା ରାୟ, ଆଡଭୋକେଟ୍ ଅଞ୍ଜୁବାଳା ରାଉତ ପ୍ରମୁଖ ମଂଚ ଓ ଉତ୍ସବ ପରିଚାଳନା କରିଥିଲ।ଡ୍ରିମସ୍ ଇଣ୍ଡିଆ ପବ୍ଲିକ ସ୍କୁଲ, ଭଦ୍ରକ ଓ ବିଦ୍ୟାର୍ଥୀ ଇଂଟର ନ୍ୟାସନାଲ ସ୍କୁଲ, ଭଦ୍ରକର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.