Home ଜିଲ୍ଲା ପରିକ୍ରମା ସିପିଆଇ(ଏମ) ନେତା ବଳରାମ ଜେନାଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ସିପିଆଇ(ଏମ) ନେତା ବଳରାମ ଜେନାଙ୍କ ଶ୍ରଦ୍ଧାଞ୍ଜଳୀ ସଭା

2

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇ(ଏମ) ବନ୍ତ ଆଂଚଳିକ କମିଟି ସଭ୍ୟ, ସିପିଆଇ(ଏମ) ତେଲନଟି ଶାଖା ସଂପାଦକ,ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା କମିଟି ସଭ୍ୟ, ଆଗରପଡା ଓ ବନ୍ତ ଅଂଚଳର ବହୁ ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ସଭ୍ୟ ବରିଷ୍ଠ ଜନନେତା ବଳରାମ ଜେନା ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କ ଗ୍ରାମ ତେଲନଟୀ ଠାରେ ଓଡିଶା କୃଷକ ସଭା ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଯୁବନେତା ପ୍ରତାପ ସେଠୀ ପ୍ରମୁଖ ଯୋଗଦେଇ ସଂଗ୍ରାମୀ ବଳରାମ ଜେନା ଙ୍କ ନୀତି,ଲକ୍ଷ୍ୟ ଓ ରାଜନୈତିକ ସଂଗ୍ରାମ ସଂପର୍କରେ ଆଲୋଚନା କରିବା ସହ ବର୍ତମାନ ମୋଦି ସରକାରଙ୍କ ଏକଛତ୍ରବାଦ ଶାସନ ବିରୁଦ୍ଧରେ ଲଢେଇ ତୀବ୍ରତର କଲେ ସଂଗ୍ରାମୀ ବଳରାମ ଜେନା ଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ପ୍ରକାଶ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଆଗରପଡା ଅଞ୍ଚଳ ସମେତ ଭଦ୍ରକ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.