Home ଜିଲ୍ଲା ପରିକ୍ରମା ସମାଜସେବିକା ତିଳୋତ୍ତମା ଦେବୀଙ୍କ ପରଲୋକ

ସମାଜସେବିକା ତିଳୋତ୍ତମା ଦେବୀଙ୍କ ପରଲୋକ

109

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ ଜଗଦଳପୁର ପଂଚାୟତର ସାରସ୍ୱତିଆ ଗ୍ରାମର ସମାଜସେବିକା ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଭାଗୀରଥି ନାୟକଙ୍କ ଧର୍ମପତ୍ନୀ ତିଳୋତ୍ତମା ଦେବୀଙ୍କର ୬୪ ବର୍ଷ ବୟସରେ ପରଲୋକ ହୋଇଛି । ଗତ କିଛିଦନ ଧରି ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଜଗଦଳପୁରର ପୂର୍ବତନ ସରପଞ୍ଚ ବିଜୟ କୁମାର ମହାପାତ୍ର, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ବିମ୍ବାଧର ବେହେରା, ସମାଜସେବୀ ସାଧୁଚରଣ ମହାପାତ୍ର, ସାହିତ୍ୟିକ ମହେଶ୍ୱର ନାୟକ, ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସେନାପତି, ଯୋଗୀ ବିନୋଦ ବାରିକ, ଅଟଳ ବାରିକ, ରମେଶ ବାରିକ, ସାମ୍ବାଦିକ ଅଂଜନ ଲେଙ୍କା ଓ ତପନ ପଣ୍ଡା, ଗଣେଶ ପ୍ରସାଦ ଦାଶ, ଦୀପ୍ତଦିଗନ୍ତ ନାୟକ, ଚକ୍ରଧର ମହାପାତ୍ର, ଆଇନ୍‌ଜୀବୀ କରୁଣାକର ଦାଶ ପ୍ରମୁଖ ତାଙ୍କର ବାସଭବନରେ ପହଞ୍ôଚ ଶେଷଦର୍ଶନ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ । ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଳିକ କରୋନା ଯୋଗୁଁ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବାରୁ ୰ ତିଳୋତ୍ତମା ଦେବୀଙ୍କ ଦେହାନ୍ତ ନେଇ ତାଙ୍କ ପରିବାରଙ୍କୁ ଫୋନ୍ ଯୋଗେ ଶୋକବ୍ୟକ୍ତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ୰ ଶ୍ରୀମତୀ ନାୟକ ମାଗଣ କରି ବହୁ ଗରିବ ଝିଅଙ୍କର ବିବାହ କରାଇଛନ୍ତି । ତାଙ୍କ ପ୍ରେରଣାରେ ଗତ ଚାରିବର୍ଷ ଧରି ରାଣୀତାଲରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଆସୁଅଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ଓ ତିନି ପୁତ୍ର, କନ୍ୟା ଓ ପୁତ୍ରବଧୂ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଙ୍କ ବଗିଚାରେ ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ଜ୍ୟେଷ୍ଠପୁତ୍ର ଅକ୍ଷୟ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.