Home ଜିଲ୍ଲା ପରିକ୍ରମା ପବ୍ଲିକ୍ ପ୍ରସିକ୍ୟୁଟରଙ୍କ ମୃତ୍ୟୁରେ ଶୋକସଭା

ପବ୍ଲିକ୍ ପ୍ରସିକ୍ୟୁଟରଙ୍କ ମୃତ୍ୟୁରେ ଶୋକସଭା

52

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉମର କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ କାର୍ଯ୍ୟରତ କ୍ୟାଡର ପ୍ରାପ୍ତ ପବ୍ଲିକ୍ ପ୍ରସିକ୍ୟୁଟର ସୁକାନ୍ତ କୁମାର ପାଲଟା ସିଂଙ୍କର କରୋନା ଆକ୍ରାନ୍ତ ଜନିତ ମୃତ୍ୟୁ ନେଇ ଆଜି ଭଦ୍ରକ କୋର୍ଟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ଏହି ସ୍ମୃତିସଭାରେ ଭଦ୍ରକ କୋର୍ଟର କାର୍ଯ୍ୟରତ କ୍ୟାଡରପ୍ରାପ୍ତ ମୁଖ୍ୟ ପବ୍ଲିକ୍ ପ୍ରସିକ୍ୟୁଟର ତ୍ରିଲୋଚନ ପାତ୍ର, ପ୍ରଦୀପ୍ତ ସାମଲ, ଶୁଭଶ୍ରୀ ଜେନା, ଦିଲ୍ଲୀପ ସିଂ, ସନ୍ତୋଷ ମହାରଣା ପ୍ରମୁଖ ଯୋଗଦେଇ ୰ ପାଲଟା ସିଂଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା ପୂର୍ବକ ସ୍ମୃତିଚାରଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ୰ ପାଲଟା ସିଂଙ୍କର ଗତ ୫ ତାରିଖରେ ଉମର କୋର୍ଟରେ କାର୍ଯ୍ୟରତ ଥିବାବେଳେ ସାମାନ୍ୟ ଥଣ୍ଡା ଜ୍ୱରରେ ପୀଡିତ ଥାଇ ଗତ ୩ ତାରିଖରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିଲେ । ପରେ ତାଙ୍କର ସ୍ୱାବ ଟେଷ୍ଟ ହୋଇ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା । ତାଙ୍କର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ନୟାଗଡ ନିବାସୀ ୰ ପାଲଟା ସିଂଙ୍କ ମୃତ୍ୟୁ ନେଇ ଆଜିର ଏହି ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.