Home ଜିଲ୍ଲା ପରିକ୍ରମା ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ପାରିଶ୍ରମିକ ନପାଇବା ପ୍ରତିବାଦରେ ଡେରାବିଶି ସିଏଚସି ଘେରାଉ ଆସନ୍ତା...

ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ପାରିଶ୍ରମିକ ନପାଇବା ପ୍ରତିବାଦରେ ଡେରାବିଶି ସିଏଚସି ଘେରାଉ ଆସନ୍ତା ୧୦ରେ

89

କେନ୍ଦ୍ରାପଡା ୭/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ପାରିଶ୍ରମିକ ନପାଇବା ପ୍ରତିବାଦରେ ଆସନ୍ତା ୧୦ତାରିଖରେ ଡେରାବିଶି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ କୋଭିଡ – ୧୯ ନିୟମକୁ ଅନୁପାଳନ କରାଯାଇ ଆମରଣ ଅନଶନ କରାଯିବାକୁ ଏକ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଉପଲକ୍ଷେ ଛତାଛକ ନିକଟସ୍ଥିତ ଛତାବଟ ମହାପୁରୁଷଙ୍କ ମନ୍ଦିର ପରିସରରେ ସଙ୍ଘର ସଭାନେତ୍ରୀ ସାଥି ରିନାରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି। ଦେଶରେ ମାତୃ ଓ ଶିଶୁ ମୃତ୍ୟୁହାରକୁ କମାଇବା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ କେନ୍ଦ୍ର ସରକାର ୨୦୦୫ମସିହାରେ ଏନ-ଆର-ଏଚ-ଏମ-ସ୍କିମ ଆରମ୍ଭ କରିଥିଲେ। ଯେଉଁ ସ୍କିମର ଶେଷ କର୍ମଚାରୀ ଭାବେ ଆଶାକର୍ମୀମାନଙ୍କୁ ପ୍ରତ୍ୟେକ ଗାଁରେ ନିଯୁକ୍ତି ଦେଲେ। ଡେଲିଭରୀ, ପୋଷ୍ଟ ଡେଲିଭରୀ, ଇମୁନାଇଜେସନ, ମମତା ଦିବସ, ଗାଁ କଲ୍ୟାଣ ସମିତି, ଫାଇଲେରିଆ, ପୋଲିଓ ପ୍ରଭୃତି କେତେ କ’ଣ ସ୍ୱାସ୍ଥ୍ୟ ଓ ସଚେତନତା କାର୍ଯ୍ୟକ୍ରମ ମାସିକ ବେତନ ନଥାଇ କିଛି ପ୍ରୋତ୍ସାହନ ରାଶିରେ ଆଶାକର୍ମୀମାନେ ନିଜ ପରିବାର ଓ ନିଜକୁ ଭୁଲି ଏ ଯୋଜନାକୁ ସଫଳ କଲେ ଯାହା ଫଳରେ କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ଠାରୁ ପ୍ରତ୍ୟେକ ଗାଁରେ ସ୍ୱାସ୍ଥ୍ୟସେବାର ଯଥେଷ୍ଟ ଉନ୍ନତି ହୋଇ ସାରା ବିଶ୍ୱରେ ଆମ ନାମ ଟେକ ରହିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏନ-ଏଚ-ଏମ-ହୋଇ କାମ ଅଧିକରୁ ଅଧିକ ଚାଲିଛି। ଏହିପରି ଅବସ୍ଥାରେ କୋଭିଡ-୧୯ ଆସିଲା। ସାରା ବିଶ୍ୱ ମହାମାରୀ ଆମ ଦେଶ -ଆମ ରାଜ୍ୟ – ଆମ ଜିଲ୍ଲାକୁ କବଳିତ କଲାବେଳେ ଆମେ ଆଶାକର୍ମୀମାନେ ସଂସାର ଓ ନିଜକୁ ଭୁଲି କରୋନା ହଟିବ-ଆମେ ଜିତିବୁ ଏହି କଥାକୁ କାର୍ଯ୍ୟକାରୀ କରିବାକୁ ଗଲାବେଳେ କେତେ ଲାଞ୍ଛନା କେତେ ଅପମାନ ତାର ହିସାବ ନାହିଁ। ମାତ୍ର ଦିନରାତି ଏକାକାର ଗାଁକୁ ବାହାରୁ ଆସୁଥିବା ପ୍ରବାସୀମାନଙ୍କୁ ସଚେତନ କରିବା, କୋଭିଡ ସେଂଟରରେ ଡ୍ୟୁଟି କରିବା, ପଂଚାୟତର ଗାଁ ମାନଙ୍କରେ ସବୁ କାମର ବିନ୍ଧାଣୀ ଆଶାକର୍ମୀର ପାରିଶ୍ରମିକ କଥା ନକହିଲେ ଭଲ। ମାସକୁ ଏକ ହଜାର କରୋନା ପାଇଁ। ଏହିପରି ଅତି କଷ୍ଟ ସମୟ ଦେଇ ଆଶାକର୍ମୀମାନେ ଗତି କରୁଥିବା ବେଳେ ଡେରାବିଶି ସି-ଏଚ-ସି-ରେ ସେମାନେ ଯେଉଁ ପ୍ରାପ୍ୟ ପାଉଥିଲେ ଯଥା ୩ବର୍ଷର ବ୍ୟବଧାନରେ ଗାଁ କଲ୍ୟାଣ ସମିତି, ମମତା ଦିବସ, ବିବାହର ୨ବର୍ଷର ବ୍ୟବଧାନ ଇତ୍ୟାଦି। ସେହି ପ୍ରାପ୍ୟରୁ ଆଶାକର୍ମୀଙ୍କୁ ବଂଚିତ କରାଯାଇ ଗତ ଜୁଲାଇମାସରୁ ପ୍ରଦାନ କରାଯାଇନାହିଁ। ଏସମ୍ପର୍କରେ ମେଡିକାଲ ଅଫିସରଙ୍କୁ ସଙ୍ଘ ପକ୍ଷରୁ ବାରମ୍ବାର ଦାବିପତ୍ର ପ୍ରଦାନ କରାଯାଇଥିଲେବି ସେ ସମସ୍ୟାର ସମାଧାନ ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ତେଣୁ ଚଳିତମାସ ୧୦ତାରିଖରେ ଆଶାକର୍ମୀମାନେ କୈାଣସି କାମ ନକରି ଡେରାବିଶି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର (ସି-ଏଚ-ସି-)ସମ୍ମୁଖରେ ନୀରବରେ କୋଭିଡ ନୀୟମ ପାଳନକରି ଉପବାଶରେ ଅନଶନ କରିବେ ବୋଲି ଏକ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରିଛନ୍ତି। ଏହି ପ୍ରସ୍ତୁତି ବୈଠକରେ ସଙ୍ଘର ଡେରାବିଶି ସିଏଚ-ସି- ସମ୍ପାଦିକା ସାଥି ପୁଷ୍ପଲତା ଦଣ୍ଡପାଟ, ସାଥି କବିତା ମନ୍ତ୍ରୀ, କବିତା ସେଣ, ମଞ୍ଜୁଷା ସ୍ୱାଇଁ, ରାଜ୍ୟ ଉପସଭାପତି ସାଥି ଶଶୀରେଖା ମଲ୍ଲିକ, ସ୍ୱର୍ଣ୍ଣଲତା ପରିଡା, ମମତା ସାହୁ, ନୟନା ରାଉତ, ରେଣୁବାଳା ରାଉତ ଓ ମନ୍ଦାକିନୀ ମଲ୍ଲିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.