Home ଆମ ପର୍ବ ପର୍ବାଣୀ ଶେଷପାଳି ମାଣବସା ଗୁରୁବାର, ମା’ ଲକ୍ଷ୍ମୀଙ୍କୁ ବସାଇ ପୂଜା କଲେ ଓଡ଼ିଆଣୀ

ଶେଷପାଳି ମାଣବସା ଗୁରୁବାର, ମା’ ଲକ୍ଷ୍ମୀଙ୍କୁ ବସାଇ ପୂଜା କଲେ ଓଡ଼ିଆଣୀ

234

ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ମାର୍ଗଶୀର ମାସ ଆଜିଥିଲା ମାଣବସା ଗୁରୁବାରର ଶେଷପାଳି। ଆଜି ପ୍ରତ୍ୟୁଷରୁ ମହିଳାମାନେ ଶୁଦ୍ଧପୁତ୍ତ ଭାବେ ସ୍ନାନ କରି ମା’ ଲକ୍ଷ୍ମୀଙ୍କୁ ବସାଇ ପୂଜା କରିଥିଲେ। ଧାନ ଉପରେ ମାଣ ରଖି ଧାନ ମେଣ୍ଟା ବସାଇ ତାକୁ ସୁସଜ୍ଜିତ କରି ଫୁଲ ଦେଇ ପୂଜା କରିଥିଲେ। ଆଜି ଗୁରୁବାରର ଶେଷପାଳି ଥିବାରୁ ମା’ଲକ୍ଷ୍ମୀଙ୍କ ନିକଟରେ ବିଭିନ୍ନ ପ୍ରକାର ପିଠା ଭୋଗ ଲଗା ଯାଇଥିଲା। ଗତକାଲି ରାତିରୁ ଘରଦ୍ୱାର ଲିପାପୋଛା କରିବା ସହ ଦାଣ୍ଡ ଦ୍ୱାରଠାରୁ ବାରିଦ୍ୱାର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଚିତା ପକା ଯାଇଥିଲା। ମା’ଲକ୍ଷ୍ମୀଙ୍କୁ ପୂଜା କରିବା ସହ ବ୍ରତଚାରୀଣୀମାନେ ଲକ୍ଷ୍ମୀପୁରାଣ ପାଠ କରିଥିଲେ। ଆଜି ସୁଦଶା ବ୍ରତ ଥିବା ଯୋଗୁଁ ମହିଳାମାନେ ଏହି ବ୍ରତ ମଧ୍ୟ ପାଳନ କରିବା ସହ ଲକ୍ଷ୍ମୀଙ୍କ ନିକଟରେ ବ୍ରତରେ ୧୦ ଗଣ୍ଠି ପକାଇ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ବ୍ରତ ଧାରଣ କରିଥିଲେ। ଚଳିତ ବର୍ଷ କୋରୋନା କଟକଣା ରହିଥିବା ବେଳେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ବାରଣ କରାଯାଇଥିବାବେଳେ ମନ୍ଦିର ବେଢ଼ା ମଧ୍ୟରେ ଥିବା ମା’ ଲକ୍ଷ୍ମୀଙ୍କୁ ଦର୍ଶନ କରିପାରିନଥିଲେ। କିନ୍ତୁ, ୨୩ ତାରିଖ ଦିନ ଶ୍ରୀମନ୍ଦିର ଖୋଲିବା ପରେ ଆଜି ସେବାୟତ ପରିବାରର ମହିଳା ସଦସ୍ୟମାନେ ଶ୍ରୀମନ୍ଦିରକୁ ପ୍ରବେଶ କରି ମା’ ଲକ୍ଷ୍ମୀଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିବାବେଳେ ଅନ୍ୟ ମହିଳାମାନେ ମା’ ଲକ୍ଷ୍ମୀଙ୍କର ଦର୍ଶନ ପାଇବାରୁ ବଞ୍ଚିତ ହୋଇଥିଲେ। ଶେଷ ଗୁରୁବାର ପାଇଁ ଫୁଲ, ଭୋଗ ଓ ଅନ୍ୟ।।ନ୍ୟ ପୂଜା ସାମଗ୍ରୀର ଅସ୍ଥାୟୀ ପସରାମାନ ମଧ୍ୟ ଖୋଲାଯାଇଥିବା ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.