Home Top News ଦୀର୍ଘ ୯ ମାସ ପରେ ସିଂହଦ୍ୱାର ଓ ବଡ଼ଦାଣ୍ଡ ଚଳଚଞ୍ଚଳ

ଦୀର୍ଘ ୯ ମାସ ପରେ ସିଂହଦ୍ୱାର ଓ ବଡ଼ଦାଣ୍ଡ ଚଳଚଞ୍ଚଳ

28

ପୁରୀ, ୨୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦୀର୍ଘ ୯ ମାସ ଧରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନିଷେଦ୍ଧ କରାଯିବା ପରେ ଗତକାଲି ଠାରୁ ଶ୍ରୀମନ୍ଦିର ଖୋଲାଯିବା ପରେ ପ୍ରଥମ ପର୍ଯ୍ୟାୟରେ ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି କେବଳ ସେବାୟତ ପରିବାରର ସଦସ୍ୟମାନେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିବା ବେଳେ ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରର ୩୨ ୱାର୍ଡ଼ର ବାସୀନ୍ଦାମାନେ ୱାର୍ଡ଼ ଅନୁଯାୟୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଏଥିନିମନ୍ତେ କେଉଁ ଦିନ କେଉଁ ୱାର୍ଡ଼ର ବାସୀନ୍ଦା ଏବଂ କେଉଁ ସମୟରେ ଦର୍ଶନ କରିବେ ତାହା ମଧ୍ୟ ନିଷ୍ପତ୍ତି ହୋଇଛି। ୱାର୍ଡ଼ର ବାସୀନ୍ଦାମାନେ ବ୍ୟାରିକେଟ ମଧ୍ୟରେ ପ୍ରବେଶ କରି ସିଂହଦ୍ୱାର ବାଟେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଦର୍ଶନାର୍ଥୀମାନେ ସାଙ୍ଗରେ ସେମାନଙ୍କର ଆଧାର କାର୍ଡ଼ କିମ୍ବା ଭୋଟ ପରିଚୟପତ୍ର ସହ ତାଙ୍କୁ ଦିଆଯାଇଥିବା ଟୋକନକୁ ସଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଛି। ସେହିପରି ପୁରୀ ସହର ବାହାରର ଦର୍ଶନାର୍ଥୀମାନେ ଆସନ୍ତା ୩ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ୩ ତାରିଖ ଦିନ ଦର୍ଶନ କରିପାରିବେ। ପୁରୀ ସହର ବାହରୁ ଆସୁଥିବା ଦର୍ଶନାର୍ଥିମାନେ ନିଜନିଜର ଆଧାର କାର୍ଡ଼ ସହ କୋଭିଡ଼ ନେଗେଟିଭ ସାଟିଫିକେଟ ସାଙ୍ଗରେ ଆଣିବା ପାଇଁ ପରାମର୍ଶ ଦିଆଯାଇଛି। ଗତକାଲିଠାରୁ ଶ୍ରୀମନ୍ଦିର ଖୋଲିବା ପରେ ସିଂହଦ୍ୱାର ଓ ବଡ଼ଦାଣ୍ଡ ଚଳଚଞ୍ଚଳ ହୋଇଉଠିଛି। ଅପର ପକ୍ଷରେ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳ ବେଳାଭୂମି, ମାର୍କେଟ କମ୍ପଲେକ୍ସ, ପରିବା ବଜାର, ମାଛ ବଜାର ଓ ଜଳଖିଆ ଦୋକାନଗୁଡ଼ିକରେ ସାମାଜିକ ଦୂରତା ରହୁନଥିବା ଦେଖାଯାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.