Home ଜିଲ୍ଲା ପରିକ୍ରମା ଶୁଭମ୍ ପକ୍ଷରୁ ଆୟୋଜିତ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ସମାରୋହ, ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶ...

ଶୁଭମ୍ ପକ୍ଷରୁ ଆୟୋଜିତ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ସମାରୋହ, ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶ ଆଜିର ଯୁବ ସମାଜ ପାଇଁ ଧ୍ୟେୟ ହେଉ

33

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧି ଦର୍ଶନ ଓ ଗାନ୍ଧିଜୀଙ୍କ ଅହିଂସା ନୀତି ଆଜି ସମଗ୍ର ବିଶ୍ୱରେ ଆଦୃତିଲାଭ କରିଛି । ଏପରି ସ୍ଥଳେ ଆଜିର ଯୁବ ସମାଜ ଯଦି ଗାନ୍ଧିଜୀଙ୍କ ନୀତି ଏବଂ ଲାଲ ବାହାଦୂର ଶାସ୍ତ୍ରୀଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କଲେ ଗ୍ରାମାଞ୍ଚଳରେ ଶାନ୍ତି ସଦ୍‌ଭାବନା ପ୍ରତିଷ୍ଠା, ଅସ୍ପୃଶ୍ୟତା ଦୂରୀକରଣ, ନିଶା ନିବାରଣ ଆଦି ଅନେକ କିଛି କାର୍ଯ୍ୟ ହୋଇ ପାରିବ । ତେଣୁ ସେହି ମହାମନିଷୀ ଦ୍ୱୟଙ୍କ ଆଦର୍ଶ ଆଜିର ଯୁବ ସମାଜ ପାଇଁ ଧ୍ୟେୟ ହେବା ଆବଶ୍ୟକ ବୋଲି ଜାତିର ପିତା ମହାତ୍ମା ଗାନ୍ଧି ଓ ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ମତ ପ୍ରକାଶ କରିଛନ୍ତିି । ଏହି ଉପଲକ୍ଷେ ତିହିଡ଼ି ବ୍ଳକର ବୋଡକ ଠାରେ ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ‘ଶୁଭମ୍‌’ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆୟୋଜିତ ଜୟନ୍ତୀ ସମାରୋହରେ ସଭାପତିତ୍ୱ କରିଥିଲେ ସଂଗଠନର ସମ୍ପାଦକ ନରେନ୍ଦ୍ର କୁମାର ସାମଲ । ଏଥିରେ ମୁଖ୍ୟ ଅତିଥି ଭାବେ ତିହିଡ଼ି ବ୍ଳକ ଅଧ୍ୟକ୍ଷା ବିଦ୍ୟୁତ୍ ଲତା ନାୟକ, ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ ଗୋଲକ ଚନ୍ଦ୍ର ସାମଲ, ବିଶିଷ୍ଟ ଅତିଥି ଭାବେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ରଘୁନାଥ ଲେଙ୍କା, ବୋଡକ ସରପଞ୍ଚ ଶଶଧର ସାମଲ, ଯୁବନେତା ତଥା ଯୁବ ସମାଜସେବୀ କଳ୍ପତରୁ ପରିଡ଼ା, ବିଶିଷ୍ଟ ଚିତ୍ରଶିଳ୍ପୀ ଜୟନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ବହୁମୁଖୀ ଆଦର୍ଶ ଓ ନୀତି ବିଷୟରେ ଆଲୋକପାତ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଏହି ଅବସରରେ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କୁ ପୁରସ୍କୃତ କରାଯିବା ସହିତ ଗ୍ରାମାଞ୍ଚଳରେ ନାରୀ ସଶକ୍ତି କରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ମହିଳାମାନଙ୍କୁ ଆର୍ôଥକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମଲ୍ଲିଲତା ପାଣ୍ଡବଙ୍କୁ ସଂଗଠନ ପକ୍ଷରୁ ମାନପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଗାନ୍ଧି ଭଜନ ଓ ରାମଧୂନ ଆଦି କାର୍ଯ୍ୟକ୍ରମକୁ ମା’ ନାୟକାଣି କଳା ସଂଗୀତ ପରିଷଦର କଳାକାରମାନେ ପରିଚାଳନା କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମକୁ ସଂଗଠନ ସଭାପତି ହୃଷିକେଶ ବାରିକ, ଆନନ୍ଦ ଚନ୍ଦ୍ର ପଲାଇ, ଆନନ୍ଦ ଚନ୍ଦ୍ର ବେହେରା, ଦେବେନ୍ଦ୍ର ଭଂଜ, ମୁକ୍ତିକାନ୍ତ ପାଣ୍ଡବ, ରଘୁନାଥ ସାହୁ, ଚକ୍ରଧର ଜେନା, ବାବାଜୀ ଚରଣ ଭଂଜ, ସନାତନ ଜେନା, ରତିକାନ୍ତ ବାରିକ, ରମାକାନ୍ତ ଭଂଜ, ପ୍ରଶାନ୍ତ ବେହେରା ପ୍ରମୁଖଙ୍କ ସହିତ ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ । ପ୍ରାତଃ ସମୟରେ ପ୍ରଭାତ ଫେରି, ରାମଧୂନ ଓ ଗାନ୍ଧି ଭଜନ ଗାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.