Home ଜିଲ୍ଲା ପରିକ୍ରମା ବର୍ଣ୍ଣବୋଧ ଓଡ଼ିଆ ଭାଷା ଓ ସାହିତ୍ୟର ଏନ୍ତୁଡ଼ିଶାଳ

ବର୍ଣ୍ଣବୋଧ ଓଡ଼ିଆ ଭାଷା ଓ ସାହିତ୍ୟର ଏନ୍ତୁଡ଼ିଶାଳ

81

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ “ବର୍ଣ୍ଣବୋଧ’ ଓଡ଼ିଆ ଭାଷା ଓ ସାହିତ୍ୟର ଏନ୍ତୁଡ଼ିଶାଳ । ସମ୍ପ୍ରତି ଏହାର କ୍ଷତ ବିକ୍ଷତ ରୂପ ପ୍ରକାଶିତ ହୋଇ ବିଭ୍ରାନ୍ତ କରୁଥିବାରୁ ଏହାର ମୌଳିକତାକୁ ଅକ୍ଷୁର୍ଣ୍ଣ ରଖି ଏକ ଆକର୍ଷଣୀୟ ରୂପରେ ‘ଛବିଳ ଶିଶୁ ବର୍ଣ୍ଣବୋଧ’ ପ୍ରକାଶ କରିବାକୁ ବଳିଷ୍ଠ ଉଦ୍ୟମ କରିବା ସହିତ ‘ବର୍ଣ୍ଣବୋଧ’କୁ ଓଡ଼ିଶାରେ ଲୋକପ୍ରିୟ କରିବା ସହ ଭକ୍ତକବି ମଧୁସୂଦନଙ୍କ ଜନ୍ମ ଦିବସକୁ ‘ବର୍ଣ୍ଣବୋଧ ଦିବସ’ ଭାବେ ପାଳନ କରିବା ପାଇଁ ବିଶିଷ୍ଟ ସ୍ତମ୍ଭକାର, ସଂସ୍କୃତବିତ, ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ପ୍ରଥିତଯଶା ସାହିତ୍ୟିକ ଡ. ନରହରି ବେହେରା ଯେଉଁ ବଳିଷ୍ଠ ଉଦ୍ୟମ କରିଛନ୍ତି ତାହା ଅଭିନନ୍ଦନୀୟ ବୋଲି ଭଦ୍ରକ ସାଳନ୍ଦୀ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ସଭାଗୃହରେ ଆୟୋଜିତ ତାଙ୍କ ପ୍ରଥମ ବାର୍ଷିକୀ ସ୍ମୃତି ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସାଧାରଣ ସଂପାଦକ ଅଧ୍ୟାପକ ନୀହାର ରଞ୍ଜନ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସୃତି ସମାରୋହକୁ ଭଦ୍ରକର ମାନ୍ୟବର ସାଂସଦ ମଞ୍ଜୁଲତା ମଣ୍ଡଳ ଉଦ୍‌ଘାଟନ କରି ଡ. ନରହରି ବେହେରାଙ୍କ ରଚିତ ଦୁଇଟି ପୁସ୍ତକ ‘ଦୃଶ୍ୟ ଦୃଶ୍ୟାନ୍ତର’ ଓ ‘ଛବିଳ ଶିଶୁ ବର୍ଣ୍ଣବୋଧ’ କୁ ଉନ୍ମୋଚିତ କରିଥିଲେ ।

ଉକ୍ତ ସ୍ମୃତି ସମାରୋହରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମୁଖ୍ୟ ଅତିଥି, ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ ବିଶିଷ୍ଟ ଅତିଥି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସଦସ୍ୟ ଇଂ ଅଭୟ ସୂତାର, ଶିକ୍ଷାବିତ୍ ପଣ୍ଡିତ ଦୟାନିଧି ଦାଶ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ରମାକାନ୍ତ ନାୟକ ‘ଦୃଶ୍ୟଦୃଶ୍ୟାନ୍ତର’ ଓ ବିଶିଷ୍ଟ ପ୍ରକାଶକ ଓ ସଂଗଠକ ମନୋରଞ୍ଜନ ଦାଶ ‘ଛବିଳ ଶିଶୁ ବର୍ଣ୍ଣବୋଧ’କୁ ସମୀକ୍ଷା କରିଥିବା ବେଳେ ପ୍ରକାଶକ ତଥା କବି ପ୍ରଦୀପ କୁମାର ବେହେରା ପ୍ରକାଶକୀୟ ଅଭିବ୍ୟକ୍ତି ରଖିଥିଲେ । ନାଟ୍ୟଶ୍ରୀ ନିର୍ମଳ ରାଉତ୍ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବେଦ ବେଦାନ୍ତ ଅତିଥିମାନଙ୍କୁ ମଞ୍ଚ ନିମନ୍ତ୍ରଣ କରିବା ସହ ମଞ୍ଚ ପରିଚାଳନା, କବି ବିଜୟ ବହଳୀ ବେଦପାଠ ଓ ସ୍ମୃତି କବିତା ପାଠ କରିଥିଲା ବେଳେ ଶ୍ରୀମା ମ୍ୟୁଜିକ୍ କଲେଜର ଅଧ୍ୟକ୍ଷ ପ୍ରଫୁଲ୍ଲ ନାୟକ ଓ ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅବିନାଶ ନାୟକ ଧନ୍ୟବାଦ ଅର୍ପଣ ଅବସରପ୍ରାପ୍ତ ଭଦ୍ରକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ ଗଗନ ବିହାରୀ ରାଉତ୍‌, ପଣ୍ଡିତ ଦୟାନିଧି ମିଶ୍ର, ଶିକ୍ଷକ ନେତ୍ରୀ ଚାରୁଲତା ମହାପାତ୍ର, ସାହିତ୍ୟିକ କଲ୍ଲୋଳ ଲେଙ୍କା ଦିବଂଗତ ଡ. ନରହରି ବେହେରାଙ୍କ ସ୍ମୃତିରେ ଶ୍ରଦ୍ଧା ସୁମନ ବକ୍ତବ୍ୟ ରଖିଲେ ଏବଂ ଦେବୀଦତ୍ତା ବେଦାନ୍ତ ସ୍ମୃତି ସମାରୋହକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.