Home କଟକ ଶିକ୍ଷାବିତ ତଥା ସାହିତ୍ୟ ସଂଗଠକ ବିଭୁତି ପରିଡାଙ୍କ ପରଲୋକ

ଶିକ୍ଷାବିତ ତଥା ସାହିତ୍ୟ ସଂଗଠକ ବିଭୁତି ପରିଡାଙ୍କ ପରଲୋକ

70

ସାଲେପୁର :୧୯/୬ (ଓଡ଼ିଆ ପୁଅ /ଅଭୟ ଜେନା) ସାଲେପୁର ବ୍ଲକ ଶିକ୍ଷା ବିଭାଗ ଅବସର ପ୍ରାପ୍ତ ବି.ଆର.ସି, ଆଦର୍ଶ ଶିକ୍ଷକ, ସାହିତ୍ୟ ସଂଗଠକ ବିଭୁତି ଭୂଷଣ ପରିଡାଙ୍କର ୭୩ ବର୍ଷ ବୟସରେ ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ପୁରୁଣାପାରି ସ୍ଥିତ ବାସଭବନରେ ଶୁକ୍ରବାର ମଧ୍ୟରାତ୍ରରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ଜନାର୍ଦନପୁର ଚିତ୍ରୋତ୍ପଳା ମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଦୀର୍ଘଦିନ କାର୍ଯ୍ୟ କରିଥିଲେ। ସ୍ବର୍ଗତ ପରିଡା ବିଭିନ୍ନ ସାହିତ୍ୟ ସଂଗଠନ ସହ ଜଡିତ ରହିବା ସଙ୍ଗେ ସଙ୍ଗେ ଗ୍ରାମାଞ୍ଚଳରେ ସାହିତ୍ୟ ଚର୍ଚ୍ଚା ଓ ପ୍ରସାର ଦିଗରେ କାର୍ଯ୍ୟକରି ଆସୁଥିଲେ। ତାଙ୍କ ବିୟୋଗ ଖବର ପାଇ ପ୍ରାକ୍ତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଗଭୀର ଶୋକ ପ୍ରକାଶ କରବା ସହ ବଡ଼ ପୁଅ ବିଶ୍ୱଜିତଙ୍କୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି। ଚିତ୍ରୋତ୍ପଳା ନଦୀ ତଟରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ବଡପୁଅ ବିଶ୍ୱଜିତ ମୁଖାଗ୍ନି ଦେଇଥିବା ବେଳେ ସାନପୁଅ ଅମରଜିତ, ତିନି ଝିଅ ଓ ଜ୍ୱାଇଁ, ସାନଭାଇ ଅଧିକାରୀ ପରିଡା ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ତାଙ୍କ ବିୟୋଗରେ ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ପଂଚାୟତ କଳାପରିଷଦ ସଭାପତି ପ୍ରମୋଦ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.