Home କେନ୍ଦୁଝର ଶାଳଣିଆଁ ୬ନଂ ଓ ୭ନଂ ସ୍ୱାର୍ଡ ପରିଦର୍ଶନ କଲେ ବିଧାୟକ

ଶାଳଣିଆଁ ୬ନଂ ଓ ୭ନଂ ସ୍ୱାର୍ଡ ପରିଦର୍ଶନ କଲେ ବିଧାୟକ

28

ହାଟଡ଼ିହି, ୧୯ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆଜି ଶାଳଣିଆଁ ପଞ୍ଚାୟତର ୬ନଂ ଓ ୭ନଂ ୱାର୍ଡ ପରିଦର୍ଶନ କରି ସେଠାକାର ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଦୁଇଟି ୱାର୍ଡରେ ରାସ୍ତା ଗୁଡିକ ସଙ୍କୁଚିତ ହୋଇପଡିବା ସହ ଡ୍ରେନେଜ ବ୍ୟବସ୍ଥା ନଥିବାରୁ କିପରି ଗାଁ ରାସ୍ତାରେ ପାଣି ଜମି ରହୁଛି ସେନେଇ ଲୋକମାନେ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ । ବିଧାୟକ ନିଜ ଆଖିରେ ତାହାକୁ ଦେଖିବା ପରେ ତୁରନ୍ତ ତାର ପ୍ରତିକାର ପାଇଁ ପୁର୍ତ୍ତ ବିଭାଗର ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସାହି ରାସ୍ତା ଗୁଡିକ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବିଷ୍ଣୁପୁର ଗ୍ରାମର ଗରିବ ଲୋକମାନେ ଏସଇସିସି ତାଲିକାରୁ ବାଦ ପଡିଥିବାରୁ ବାସଗୃହ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି ଏବଂ ଅତିଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି ବିଧାୟକ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.