Home ଜିଲ୍ଲା ପରିକ୍ରମା ଶିକ୍ଷାଧିକାରୀଙ୍କ ପଦୋନ୍ନତିକୁ ସ୍ୱାଗତ

ଶିକ୍ଷାଧିକାରୀଙ୍କ ପଦୋନ୍ନତିକୁ ସ୍ୱାଗତ

174

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କର ପ୍ରଥମ ଶ୍ରେଣୀ ପାହ୍ୟାକୁ ପଦୋନ୍ନତି ହୋଇ ଏଠାରେ ବରିଷ୍ଠ ଶିକ୍ଷାଧକାରୀ ଭାବେ କାର୍ଯ୍ୟ କରିବାକୁ ଆଦେଶ ହୋଇଛି । ଏଥିପାଇଁ ବ୍ଲକର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଂଘ ପକ୍ଷରୁ ଶ୍ରୀ ପାଢ଼ୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏବିଇଓ ପୁରୁଷୋତ୍ତମ ଧଳ, ଅକ୍ଷୟ କୁମାର ଜେନା, ଏମ.ଆଇ.ଏସ ଆଲୋକ କୁମାର ବିଶ୍ୱାଳଙ୍କ ଉପସ୍ଥିତିରେ ସଂଯୋଜକ ସଂଘ ସଭାପତି ରଞ୍ଜନ କୁମାର ମହାନ୍ତି, ସମ୍ପାଦକ ଉମାକାନ୍ତ ସାହୁ, କୈଳାସ ଚନ୍ଦ୍ର ସାମଲ, ଅଶୋକ କୁମାର ରାଉତ, ଭାଗବତ ରାଉତ, ବାସୁଦେବ ମହାପାତ୍ର, ଝୁନାରାଣୀ ସ୍ୱାଇଁ, ପ୍ରଶାନ୍ତ କୁମାର ଜେନା, ପୁଷ୍ପକ ଚନ୍ଦ୍ର ଭାରତୀ, ବିନୋଦ ରାଉତ, ସୁନାକର ଧଳ ପ୍ରମୁଖ ଶ୍ରୀ ପାଢ଼ୀଙ୍କ ବଳିଷ୍ଠ ଦିଗଦର୍ଶନରେ ବ୍ଲକରେ ଗୁଣାତ୍ମକ ଶିକ୍ଷାଦାନ ସଫଳ ରୂପାୟନ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଛନ୍ତି । ଶ୍ରୀ ପାଢ଼ୀଙ୍କ ଅତୀତ କାର୍ଯ୍ୟକାଳ ସମୟରେ ବ୍ଲକର ବିଦ୍ୟାଳୟଗୁଡିକରେ ବ୍ୟାପକ ବିକାଶ ହେବା ସାଙ୍ଗକୁ ରାଜ୍ୟସ୍ତରରେ ଏହି ବ୍ଲକର ୧୧୬ଟି ବିଦ୍ୟାଳୟକୁ ଗାରିମା(ବ୍ରୋଞ୍ଚ) ପଦକ ପ୍ରାପ୍ତ ହୋଇଥିଲା । ଶିକ୍ଷା ବିଭାଗର ମାସିକ ର‌୍ୟାଙ୍କିଙ୍ଗରେ ଏହି ବ୍ଳକ ଜିଲ୍ଲା ସ୍ତରରେ ପ୍ରଥମ ଓ ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଥିଲା । ସଫଳତାର ଏହି ଧାରା ଆଗାମୀ ଦିନମାନଙ୍କରେ ପ୍ରତିଫଳିତ ହେବ ବୋଲି ଆଶାବ୍ୟକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.