Home ଜିଲ୍ଲା ପରିକ୍ରମା ଟି.ଏମ.ସି. ପରିଚାଳନା ଅର୍ଥ ପାଇଁ ସରପଞ୍ଚମାନଙ୍କ ଧାରଣା ଅବ୍ୟାହତ

ଟି.ଏମ.ସି. ପରିଚାଳନା ଅର୍ଥ ପାଇଁ ସରପଞ୍ଚମାନଙ୍କ ଧାରଣା ଅବ୍ୟାହତ

148

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ସମସ୍ତ ସରପଞ୍ଚମାନେ ପଞ୍ଚାୟତ ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା ଅର୍ଥ ପାଇଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିବା ଧାରଣା ସୋମବାର ତୃତୀୟ ଦିନରେ ପହଞ୍ଚଛି । ସୋମବାର ସରପଞ୍ଚ ଜଗବନ୍ଧୁ ଦାସ, ବିଜୟ କୁମାର ସ୍ୱାଇଁ, ଅଲିଭା ନାୟକ, ବଦ୍ରୀନାରାୟଣ ରାଉତ, କମଳ କୁମାର ନନ୍ଦ, ରଞ୍ଜୁଲତା ସେଠୀ, ମନୋଜ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସି ରହିଥିଲେ । ବିଡିଓ ବିଜୟ କୁମାର ସାହୁ ତୁରନ୍ତ ଅନ୍ୟ ଏକ କିସ୍ତି ଅର୍ଥ ପୈଠ ସହ ଆଗାମୀ ୩୦ ତାରିଖ ସୁଦ୍ଧା ସମସ୍ତ ଅର୍ଥ ପୈଠ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ସମ୍ପର୍କରେ ଧାରଣାରତ ସରପଞ୍ଚମାନଙ୍କୁ ଜଣାଇଥିଲେ । ମାତ୍ର ଏଥିରେ ଅସହମତି ପ୍ରକାଶ କରି ଧାରଣା ଅବ୍ୟାହତ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ଜୁନ ମାସ ୨୩ ତାରିଖରୁ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟି.ଏମ.ସି.) ବନ୍ଦ ହୋଇଛି । ପଞ୍ଚାୟତ ପକ୍ଷରୁ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟି.ଏମ.ସି.) ପରିଚାଳନା ବାବଦକୁ ଖର୍ଚ୍ଚ କରିଥିôବା ଅର୍ଥର ପ୍ରମୁଖ ଭାଗ ପାଇବା ପାଇଁ ବ୍ଲକରେ ବିଲ ଗତ ଜୁନ ମାସ ଶେଷ ସୁଦ୍ଧା ଦାଖଲ କରିସାରିଥିଲେ । ୨୩ ଯାକ ପଞ୍ଚାୟତର ୪୯ ଟି ଟି.ଏମ.ସି. ଅନ୍ତେବାସୀମାନଙ୍କ ଖାଦ୍ୟ, ସାନିଟେସନ, ତକିଆଖୋଳ, ବେଡସିଟ ଆଦି କ୍ରୟ ସହ ଶୌଚକିଟ୍ କ୍ରୟ ଓ ପରିଚାଳନା ଖର୍ଚ୍ଚ ୧,୨୬,୦୮,୯୪୦ଟଙ୍କା ମଧ୍ୟରୁ ଏ ଯାବତ ମାତ୍ର ୪୦, ୮୪,୪୮୭ ଟଙ୍କା ପୈଠ କରାଯାଇଛି । ଅବଶିଷ୍ଟ ଅର୍ଥ ପାଇର୍ ଗତ ତିନି ମାସ ଧରି ଅପେକ୍ଷା କରିବାକୁ ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.