Home କେନ୍ଦୁଝର କରୋନା ନିୟମ ଉଲଙ୍ଘନ, ଦୋକାନ ସିଲ କଲା ପ୍ରଶାସନ

କରୋନା ନିୟମ ଉଲଙ୍ଘନ, ଦୋକାନ ସିଲ କଲା ପ୍ରଶାସନ

52

ହାଟଡ଼ିହି, ୧୯ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଜଗନ୍ନାଥପୁର ବଜାରରେ ଥିବା ସରସ୍ୱତୀ ବସ୍ତ୍ରାଳୟ କରୋନା କଟକଣା ନମାନିବାରୁ ପ୍ରଶାସନ ପକ୍ଷରୁ ଜୋରିମାନା କରାଯିବା ସହ ଦୋକାନକୁ ସିଲ କରାଯାଇଛି । ଖବରରୁ ଜଣାଯାଇଛି ଯେ ବର୍ତ୍ତମାନ କରୋନା ସଂକ୍ରମଣକୁ ରୋକିବାପାଇଁ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଥିବାବେଳେ ଆଜି ଏହି ବ୍ୟବସାୟୀ ଜଣକ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ସହ ଲୋକଙ୍କ ଗହଳି ଲାଗିଥିଲା । ଖବରପାଇ ହାଟଡିହି ବିଡିଓ ବିନିତା ବିଜୟିନୀ, ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ଓ ନନ୍ଦିପଦା ଥାନା ଅôଦକାରୀ ପ୍ରମୁଖ ପହଞ୍ଚି ୧୦ହଜାର ଟଙ୍କା ଜୋରିମାନା କରିବା ସହ ୩୦ତାରିଖ ପର‌୍ୟ୍ୟନ୍ତ ଦୋକାନକୁ ସିଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.