Home କେନ୍ଦୁଝର ଶାଳଣିଆଁ ଓ ଡଅଁରରେ ସ୍ମାଟ ହେଲଥ କାର୍ଡ ବଣ୍ଟନ

ଶାଳଣିଆଁ ଓ ଡଅଁରରେ ସ୍ମାଟ ହେଲଥ କାର୍ଡ ବଣ୍ଟନ

39

ହାଟଡ଼ିହି-୨୬ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ଓ ଡଅଁର ପଞ୍ଚାୟତରେ ସ୍ମାଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଯାଇଛି । ଶାଳଣିଆଁ ଠାରେ ସରପଞ୍ଚ ଶ୍ରୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ବରିଷ୍ଠ ଆଇନିଜିବୀ ରଙ୍ଗାଧର ମଲ୍ଲିକ ପ୍ରମୁଖ ଯୋଗଦେଇ ରେସନକାର୍ଡ ଧାରୀ ମାନଙ୍କୁ ସ୍ମାର୍ଟ ହେଲଥକାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏଥିରେ ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ, ପୁର୍ବତନ ସରପଞ୍ଚ ଅନାଥ ନାୟକ, ନିର୍ମଳ ସେଠୀ, ବ୍ଲକ ଛାତ୍ର ବିଜେଡି ସଭାପତି ଗିରିଶ ସ୍ୱାଇଁ, ହରେକୃଷ୍ଣ ଜେନା, ଯୁଦ୍ଧିଷ୍ଠିର ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ପିଇଓ ଶରତ କୁମାର ସାହୁ, ଜିଆରଏସ ସସ୍ମିତା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପଞ୍ଚାୟତରେ ମୋଟ ୧୦୬୬ଜଣଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯିବାର ବ୍ୟବସ୍ଥା ହୋଇଛି ବୋଲି ପିଇଓ ସୁଚନା ଦେଇଥିଲେ ।
ସେହିପରି ଡଅଁର ପଞ୍ଚାୟତରେ ବିଧାୟକଙ୍କ ଦ୍ୱାରା ରେସନକାର୍ଡ ବଣ୍ଟର ଶୁଭାରମ୍ଭ କରାଯାଇଥିଲା । ଏଥିରେ ବିଧାୟକଙ୍କ ସହିତ ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ସିଡିପିଓ ସରସ୍ୱତୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟ ପ୍ରଣତୀ ଦେଓ, ରଞ୍ଜନ ପହି, ପ୍ରତାପ ଦେଓ, ନୀଳମଣୀ ଦାସ, ହିମାଶୁଂ ପହି, ହିମାଶୁଂ ଦେଓ, ମନୋଜ ବେହେରା, ସୁଧିର ଖୁଣ୍ଟିଆ, କିଶୋର ଜେନା, ମନୋଜ ବେହେରା, ମନୋଜ ପଟ୍ଟନାୟକ, ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିବାବେଳେ ପିଇଓ ରମେଶ ମାଝୀ ଜି.ଆର.ଏସ ବିନୟ କୁମାର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୋଟ ୧୧୨୫ଜଣ ହିତାଧିକାରୀଙ୍କୁ ଏହି କାର୍ଡ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ପିଇଓ ସୁଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.