Home ଜିଲ୍ଲା ପରିକ୍ରମା ଲୋନ ଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା

ଲୋନ ଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା

9

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଏକ ଲକ୍ଷ ଟଙ୍କା ଲୋନ ନେବାକୁ ହେଲେ ଦେବାକୁ ପଡିବ ୩୨୦୦ ଟଙ୍କା,ଏମିତି କହି ୧ ଲକ୍ଷ ୫୫ହଜାର ଟଙ୍କା ନେଇ ଛୁ ମାରିଛନ୍ତି ଫାଇନାନ୍ସ କର୍ମଚାରୀ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହର ଅପର୍ତିବିନ୍ଧାରେ ଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ। ଭଦ୍ରକ ବ୍ଲକ ଅଧୀନ କୋଡବରୁଆଁ ପଂଚାୟତର ୨୦ ରୁ ଉର୍ଦ୍ଧ ମହିଳାଙ୍କୁ ଲୋନ ଦେବାର ପ୍ରଲୋଭନ ଦେଖାଇ ଡାକିଥିଲା ଅନ୍ନପୂର୍ଣ୍ଣା ଫାଇନାନ୍ସ। ଆର ଡ଼ି କରିବାକୁ କହି ୧ ଲକ୍ଷ ଟଙ୍କା ଲୋନ ବଦଳରେ ୩୨୦୦ ଟଙ୍କା ଫୋନ ପେ ଜରିଆରେ ଏମିତି ୧୦ ଲକ୍ଷ ଅଗ୍ରିମ ଟଙ୍କା ନେଇଗଲେ ଫାଇନାନ୍ସ କର୍ମଚାରୀ। କିନ୍ତୁ ୨୦ ଦିନ ବିତିଯାଇଥିଲେ ମଧ୍ୟ ଲୋନ ପ୍ରୋସେସ ହୋଇପାରୁନାହିଁ କହିଥିଲେ କର୍ମଚାରୀ।ସନ୍ଦେହ କରି ୨୦ ରୁ ଉର୍ଦ୍ଧ ମହିଳା କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଦିନ ୧୧ ରୁ ରାତି ୯ ଯାଏ ବସିରହିଥିବା ବେଳେ କାର୍ଯ୍ୟାଳୟ କୁ ଆସିନଥିଲେ କର୍ମଚାରୀ। ଫୋନ କରିବାରୁ ସନ୍ତୋଷ ଜନକ ଉତର ଦେଇନଥିଲେ ଫାଇନାନ୍ସ କର୍ମଚାରୀ। ବାଧ୍ୟ ହୋଇ ଆଜି ଟାଉନ ଥାନାକୁ ଆସି ଅଭିଯୋଗ କରିଛନ୍ତି ମହିଳା ମାନେ ।ଅନ୍ୟପଟେ ଫାଇନାନ୍ସ କର୍ମଚାରୀ ଫୋନ ଯୋଗେ କହିଛନ୍ତି ମହିଳା ମାନେ ଦେଇଥିବା ଟଙ୍କା କୁ ଫେରାଇଦିଆଯିବ ।ତେବେ ଏଭଳି ଠକସଂସ୍ଥା ସହରରେ ଛତୁ ଫୁଟିଲା ଭଳି ଖୋଲୁଥିବା ବେଳେ ପ୍ରଶାସନ ର କୌଣସି ଅଙ୍କୁଶ ନଥିବାରୁ ବେଫିକର ହୋଇ ନିଜ ସଂସ୍ଥା ବିସ୍ଥାର କରି ଲୋକଙ୍କୁ ଠକି ଛୁ ମାରୁଛନ୍ତି ଠକ ଫାଇନାନ୍ସ ସଂସ୍ଥା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.