Home ଜିଲ୍ଲା ପରିକ୍ରମା ଭଦ୍ରକରେ ସାଇବର କ୍ରାଇମର ଚେର ଲମ୍ବିଛି ଚୀନକୁ, ଆନ୍ତର୍ଜାତୀୟ ଆର୍ôଥକ ଠକେଇ ଗ୍ୟାଙ୍ଗର ପର୍ଦାଫାଶ

ଭଦ୍ରକରେ ସାଇବର କ୍ରାଇମର ଚେର ଲମ୍ବିଛି ଚୀନକୁ, ଆନ୍ତର୍ଜାତୀୟ ଆର୍ôଥକ ଠକେଇ ଗ୍ୟାଙ୍ଗର ପର୍ଦାଫାଶ

7

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଆଜି ଭଦ୍ରକ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧିକ ଥାନା ପକ୍ଷରୁ ଏକ ଆନ୍ତର୍ଜାତୀୟ ଆର୍ôଥକ ଠକେଇ ଗ୍ୟାଙ୍ଗର ପର୍ଦାଫାଶ ହୋଇଛି। ଏ ସମ୍ପର୍କରେ ଆଜି ଜିଲ୍କା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନାନୁସାରେ ଏକ ସାଇବର ଗ୍ୟାଙ୍ଗ ସାଧାରଣ ଲୋକଙ୍କ ପରିଚୟ ପତ୍ରରେ ସିମ ଈସୁ କରି ଠକେଇ କରୁଥିଲେ। ଭୋଡାଫୋନ, ୍ୱି ଏସ ଏନ ଏଲ ଓ ଆଇଡିଆ କମ୍ପାନୀ ପକ୍ଷରୁ ଆକ୍ଟିଭେସନ ଏଜେଣ୍ଟ ଆଇଡି ବ୍ୟବହାର କରି ଏଭଳି ସିମ ଇସ୍ୟୁ କରୁଥିଲେ। ସିମ ଇସ୍ୟୁ ପରେ ତାକୁ ଅନ୍ୟ ରାଜ୍ୟର ସାଇବର କ୍ରିମିନାଲ ମାନଙ୍କୁ ୱାର୍ଡ ସପ ଓ ଟେଲିଗ୍ରାମ ମାଧ୍ୟମରେ ଓଟିପି ସେୟାର କରାଯାଇ ଚୀନ ପଠାଯାଉଥିଲା। ସେଠାରେ କ୍ରିପ୍ଟ କରେନ୍ସ ମାଧ୍ୟମରେ ଆର୍ôଥକ ଠକେଇ କରାଯାଉଥିଲା। ଏହି କ୍ରିପ୍ଟ କରେନ୍ସ କାରବାର ଦ୍ୱାରା ଭଦ୍ରକ ଜିଲ୍କାର ସର୍ବାଧିକ ଲୋକ ଠକାମୀର ଶିକାର ହେଉଥିଲେ। ସେମାନେ ଲୋକାଲ ସିମରୁ ସ୍ଥାନୀୟ ଅଂଚଳର ଲୋକଙ୍କୁ କଲ କରି ଫସାଉ ଥିଲେ। ପ୍ରଥମେ ଲୋକଙ୍କ ମନରେ ବିଶ୍ୱାସ ଜମାଇ ପରେ ଆର୍ôଥକ ଆକାରରେ ଲୁଟୁ ଥିଲେ। ବିଶେଷ କରି ଏହି ଜିଲ୍ଲାର ଚାନ୍ଦବାଲି ଓ ତିହିଡି ଅଂଚଳର ସର୍ବାଧିକ ଲୋକ କ୍ରିପ୍ଟ କରେନ୍ସ କାରବାରରେ କୋଟି କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି। ଯାହାକି ଜିଲ୍କାର ଅଧିକ ଶିକ୍ଷିତ ଯୁବକ ଏହି ଠକେଇର ଶିକାର ହୋଇଛନ୍ତି। ଏଭଳି ଆର୍ôଥକ ଠକଙ୍କୁ ଧରିବାରେ ଭଦ୍ରକ ସାଇବର ପୋଲିସକୁ ୬ ମାସ ଧରି ତଦନ୍ତ ପରିସର ଭୁକ୍ତ କରିବାକୁ ପଡିଥିଲା। ଏହି ତଦନ୍ତ ବେଳେ ଭଣ୍ଡାରିପୋଖରୀ ଥାନା ରଘୁନାଥପୁର ର ଶୁଭମ ଜ୍ୟୋତି ନାୟକ (୨୩)କୁ ପୋଲିସ ଗିରଫ କରିଛି। ତା ନିକଟରୁ ୧୩୩୩ ଟି ଆକ୍ଟିଭ ସିମ, ୧୩ଟି ବ୍ୟାଙ୍କ ପାସବୁକ, ୪ଟି ଚେକବୁକ, ଗୋଟିଏ ଇଉନିଅନ ବ୍ୟାଙ୍କ ଏଟିଏମ କାର୍ଡ, ଗୁଗୁଲି ପେ କିଉ ଆରକୋଡ଼, ନଗଦ ୧ ଲକ୍ଷ ୭୩ ହଜାର ୫ ଶହ ଟଙ୍କା, ଆଇଫୋନ, ଏକ ସ୍ମାର୍ଟ ଫୋନ, ୬ଟି କି ପ୍ୟାଡ଼ ମୋବାଇଲ ଓ ଗୋଟିଏ କେଟିଏମ ବାଇକ ପୋଲିସ ଜବତ କରିଛି। କେଶ ନମ୍ବର ୨୨/୨୦୨୬ ରେ ମାମଲା ଦାୟର ହୋଇଛି। ଭାରତୀୟ ନ୍ୟାୟ ସଂହିତା ଧାରା ୩୧୮(୨)/୩୧୮(୪)/୩୧୯(୨)/୩୩୮/୩୩୬(୩)/୩(୫) ସମେତ ଟେଲି ଯୋଗାଯୋଗ ଆଇନ ୨୦୨୩ରେ ଧାରା ୪୨(୩)ଆଦି ଲାଗୁ ହୋଇଛି।ତେବେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସ ପି ଶ୍ରୀ ରାଉତ କହିଛନ୍ତି ଯେ ସାଧାରଣ ଲୋକଙ୍କ ନାମରେ ଏହି ସିମ କାର୍ଡ ଇସ୍ୟୁ ହୋଇଥିଲା। ଏହି ଘଟଣା ପରେ ସାଧାରଣ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଗ୍ରାମାଞ୍ଚଳରେ ବୁଲି ବୁଲି ସିମ ବାଣ୍ଟୁଥିବା ଲିକଙ୍କ ଉପରେ ସନ୍ଦେହ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.