ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭ ଏହି ଜିଲାର ଧାମନଗର ବ୍ଲକ ଅଧୀନ ଧୂଷୁରୀ ଠାରୁ ଭାୟା ନଦିଗାଁ ଦେଇ ବ୍ରାହ୍ମଣପାଳ ଯାଇଥିବା ଗ୍ରାମ୍ୟ ରାସ୍ତାଟି ବର୍ତମାନ ମରଣଯନ୍ତା ପାଲଟିଛି। ରାସ୍ତା ମରାମତି ନାମରେ ରାସ୍ତାକୁ ଖୋଳା ଯାଇଥିଲେ ମଧ୍ୟ ଦୀର୍ଘଦିନ ଧରି ମରାମତି କାର୍ଯ୍ୟ ହୋଇନଥିବାରୁ ଯାତାୟାତ ରେ ନାନା ସମସ୍ୟା ଦେଖାଦେଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ଗାତ ଓ ଖାଲଖମା ସୃଷ୍ଟି ହୋଇଥିବାରୁ ଯାତ୍ରୀ ଓ ଯାନବାହନ ଚାଳକମାନେ ଦୁର୍ଘଟଣା ଆଶଙ୍କାରେ ଯାତାୟାତ କରୁଛନ୍ତି।ଆଗକୁ ଧୂଷୁରୀ ଓ ବ୍ରାହ୍ମଣପାଳ ଠାରେ ପ୍ରସିଦ୍ଧ କାଳୀପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ରାସ୍ତା ଦେଇ ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ହଜାର ହଜାର ଗାଡ଼ିମୋଟର ଯାତାୟାତ କରିବାର ଆଶା ରହିଛି। ଏଭଳି ସ୍ଥିତିରେ ବିପଦପୂର୍ଣ୍ଣ ରାସ୍ତାରେ ଲୋକେ କିପରି ସୁରକ୍ଷିତ ଭାବେ ଯାତାୟାତ କରିବେ, ତାହାକୁ ନେଇ ଅଂଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି। ଦୁଃଖର ବିଷୟ, ଏହି ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ ରାସ୍ତା ପ୍ରତି ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ପଡୁନଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ଓ ନେତୃତ୍ୱ ଙ୍କ ନିରବତାକୁ ନେଇ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।ପ୍ରକାଶ ଥାଉ କି ଚଳିତ ବର୍ଷ ଲଗାତର ବନ୍ୟା ଦ୍ୱାରା ଧାମନଗର ବ୍ଲକ ରେ ବିଭିନ୍ନ ଗ୍ରାମ୍ୟ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଚି ମାତ୍ର ତିନିମାସ ବିତି ଯାଇ ଥିଲେବି ରାସ୍ତା ମରା ମତି ହୋଇ ପାରୁନି।କାଳୀପୂଜା ପୂର୍ବରୁ ଯୁଦ୍ଧକାଳୀନ ଭିତିରେ ରାସ୍ତାର ମରାମତି କରି ଯାତାୟାତ ଉପଯୋଗୀ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।ତେବେ ରାସ୍ତା ମରାମତି ତୁରନ୍ତ କରା ନଗଲେ ଆଗାମୀ ଦିନରେ ଧାମନଗର ବ୍ଲକ କଂଗ୍ରେସ ରାଜରାସ୍ତା କୁ ଆସିବ ବୋଲି କଂଗ୍ରେସ ନେତା ସଞ୍ଜୟ ମିଶ୍ର ସରକାର ଓ ବିଭାଗୀୟ ଅଧିକାରି ଙ୍କୁ ଚେତାବନି ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା ବନ୍ୟାପରେ ବିପର୍ଯ୍ୟସ୍ତ ରାସ୍ତା ହେଲାନି ମରାମତି,ମରଣଯନ୍ତା ପାଲଟିଛି ଧୂଷୁରୀରୁ ନଦୀଗାଁ ଗ୍ରାମ୍ୟ ରାସ୍ତା








