Home ଜିଲ୍ଲା ପରିକ୍ରମା ଗୁଡୁପାଳ ଚାଷୀଙ୍କୁ ବନ୍ୟାସହାୟତା ମିଳିବାରେ ବିଳମ୍ବ,ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଗୁଡୁପାଳ ଚାଷୀଙ୍କୁ ବନ୍ୟାସହାୟତା ମିଳିବାରେ ବିଳମ୍ବ,ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

3

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭ ଭଦ୍ରକ ଜିଲ୍ଲା ତିହିଡି଼ ତହସିଲ ମୁକୁନ୍ଦପୁର ପଂଚାୟତ ଅଧିନ ଗୁଡ଼ୁପାଳ ମୌଜାର ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ବନ୍ୟା ସହାୟତା ମିଳିବାରେ ବିଳମ୍ବ ହୋଇଛି।ଏଥିପାଇଁ ସେମାନେ ବୁଧବାର ତହସିଲଦାରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଲଗାତାର ବନ୍ୟାରେ ସେମାନଙ୍କ ଧାନଚାଷ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସହାୟତା ରାଶି ମିଳିବାରେ ବିଳମ୍ବ ହୋଇଥିବାରୁ ସେମାନେ ତହସିଲଦାର ସୁଭାଶିଷ ସାହୁଙ୍କୁ ଭେଟି ସହାୟତା ରାଶି ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି । ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ , ଗତ ଜୁଲାଇ ମାସ ଠାରୁ ଲଗାତାର ବନ୍ୟା ହେବା ଯୋଗୁଁ ସେମାନଙ୍କ ଧାନଚାଷ ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଯାଇଛି । ସେମାନେ ବ୍ୟଙ୍କରୁ ଋଣ ଏବଂ ହାତ ଉଧାରି କରି ଧାନଚାଷ କରିଥିଲେ । ମାତ୍ର ବାରମ୍ବାର ବନ୍ୟା ଆସି ଧାନଚାଷ ଉଜାଡ଼ି ଦେଇଥିବାରୁ ସେମାନେ ନିରାଶ ହୋଇପଡ଼ିଛନ୍ତି । ଋଣ ଶୁଝିବା ଚିନ୍ତାରେ ସେମାନେ ଥିବାବେଳେ ସହାୟତା ରାଶି ମିଳିବାରେ ବିଳମ୍ବ ହେବା ପରିତାପର ବିଷୟ ହୋଇଛି । ପ୍ରଶାସନ ପକ୍ଷରୁ କ୍ଷେତ୍ରୀୟ ତଦନ୍ତ ପୂର୍ବକ ପରିସ୍ଥିତି ଅନୁଧ୍ୟାନ କରିବାକୁ ସେମାନେ ଦାବି ଜଣାଇଛନ୍ତି । ସହାୟତା ମିଳିଲେ ସେମାନେ ଡାଳୁଅ ଧାନଚାଷ କରିବାକୁ ପ୍ରସ୍ତୁତ ହେବେ ବୋଲି ଚାଷୀ ଗଣେଶ ପ୍ରସାଦ ନାୟକ, ଶରତ ଦାସ, ଜଗନ୍ନାଥ ମହାଳିକ, ଅପର୍ତି ସାହୁ, ବେଣୁଧର ନାୟକ, ରବିନ୍ଦ୍ର ମହାଳିକ, ସତ୍ୟବ୍ରତ କୁଣ୍ଡ, ସଞ୍ଜୟ କୁମାର କୁଣ୍ଡ, ରଘୁନାଥ କୁଣ୍ଡ ପ୍ରମୁଖ ଦାବି ପତ୍ରରେ ଦର୍ଶାଇଛନ୍ତି । ତେବେ ତୁରନ୍ତ ବନ୍ୟା ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ସାହୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.