Home ଜିଲ୍ଲା ପରିକ୍ରମା ବାଣିଜ୍ୟ ବିଭାଗ ଗୁମର ଖୋଲିବା ପରେ ବଦଳିଲେ କନିଷ୍ଠଯନ୍ତ୍ରୀ,ସହକାରୀ ଯନ୍ତ୍ରୀ ଏବଂ ଅଧୀକ୍ଷଣଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ...

ବାଣିଜ୍ୟ ବିଭାଗ ଗୁମର ଖୋଲିବା ପରେ ବଦଳିଲେ କନିଷ୍ଠଯନ୍ତ୍ରୀ,ସହକାରୀ ଯନ୍ତ୍ରୀ ଏବଂ ଅଧୀକ୍ଷଣଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି

5

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗରେ ବିଭିନ୍ନ ଅନିୟମିତା ଚାଲିଥିବା ବେଳେ ଏହି ସମସ୍ତ ଅନିୟମିତତାରେ ଠିକାଦାରଙ୍କ ଇସାରାରେ ନାଚୁଛନ୍ତି ଯନ୍ତ୍ରୀ। ଏହି ଖବର ଗତ ୩୦ତାରିଖ ପ୍ରସାର ହେବା ପରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଏହି ଖବର ପ୍ରସାରଣ ପରେ ବାଣିଜ୍ୟ ବିଭାଗର ନିର୍ଦେଶକ ଚଳିତ ମାସ ୨ତାରିଖ ଦିନ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଙ୍କ ବଦଳି କରିଛନ୍ତି। ମାତ୍ର ବିିଚରା କନିଷ୍ଠଯନ୍ତ୍ରୀ ଜଣକ ଙ୍କ ଦୋଷ କଣ! ସଂପୃକ୍ତ କନିଷ୍ଠଯନ୍ତ୍ରୀ ଜଣକ ସହକାରୀକାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କ ଇଙ୍ଗିତରେ ଠିକାଦାରଙ୍କୁ ଅନୁକମ୍ପା ଦେଖାଇଥିଲେ ବୋଲି ଚର୍ଚ୍ଚା ଚାଲିଛି। ପ୍ରାପ୍ତ ଖବର ଅନୁଯାଇ ବାଣିଜ୍ୟ ବିଭାଗର ମେକାନିକାଲ ଡିଭିଜନର ବହୁ ରହସ୍ୟ ମୟ ତଥ୍ୟ ଦିନକୁ ଦିନ ଦାଣ୍ଡରେ ପଡି ହାଟରେ ଗଡୁଛି। ୬ଟି ଲଂଚ ଘାଟରେ ସୋଲାର ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଖବର ପ୍ରତିଜ୍ଞାନ୍ୟୁଜ ରେ ପ୍ରସାରଣ ହେବା ପରେ ବାଣିଜ୍ୟ ବିଭାଗର ନିର୍ଦେଶକ ଏହି ବଦଳି ଆଦେଶ କରିଛନ୍ତି। ଚିଠି ସଂଖ୍ୟା ୩୮୫୬/୨/୧୧/୨୦୨୬ ଅନୁଯାଇ ଚାନ୍ଦବାଲି ରେ କାର୍ଯ୍ୟରତ ଖଗେଶ୍ୱର ବିନ୍ଧାଣୀଙ୍କୁ କଟକ ମେକାନିକାଲ ଡିଭିଜନକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ କଟକରେ କାର୍ଯ୍ୟରତ ସୁନୀଲ କୁମାର ମାଝୀଙ୍କୁ ଚାନ୍ଦବାଲିକୁ ବଦଳି କରିଛନ୍ତି। ମାତ୍ର ଲକ୍ଷ ଲକ୍ଷ ଟଙ୍କା ବାଟମାରଣ ଏବଂ ଏହି ସୋଲାର ପ୍ୟାନେଲ ଲଗାଇବା ପାଇଁ ହୋଇଥିବା କାର୍ଯ୍ୟାଦେଶକୁ ୮ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୬ଟି ଲଂଚ ଘାଟରୁ ୪ଟି ଘାଟରେ ଲଗାଯାଇଛି । ମାତ୍ର ବିଭାଗୀୟ ଅଧିକାରୀ କିପରି ସଂପୃକ୍ତ ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ଫୁଲ ଏବଂ ଫାଇନାଲ ୨୭ଲକ୍ଷ ଟଙ୍କା ବିଲ କରି ଚଳୁ କରିଦେଲେ ତାହାର ତଦନ୍ତ ହେବା ଜରୁରୀ। ସଂପୃକ୍ତ ଠିକାଦାର ଯନ୍ତ୍ରୀ ମାନଙ୍କ ଇସାରାରେ ଏହି ଅନିୟମିତତା କାର୍ଯ୍ୟ କରିଥିବା ବେଳେ ଏହି ବିଲ କରାଇବା କ୍ଷେତ୍ରରେ କନିଷ୍ଠଯନ୍ତ୍ରୀ, ସହକାରୀ କାର୍ଯ୍ୟ ନିର୍ବାହୀ ଏବଂ ଅଧୀକ୍ଷଣଯନ୍ତ୍ରୀଙ୍କ ପ୍ରଚ୍ଛଦ ହାତ ରହିଛି ବୋଲି ଚାନ୍ଦବାଲି ବାସୀ ଅଭିଯୋଗ ଆଣିଛନ୍ତି। ଏହି ସମସ୍ତ କାର୍ଯ୍ୟରେ ତଦନ୍ତ ହେଲେ ବହୁ ଲୁକ୍କାୟିତ ତଥ୍ୟ ପ୍ରକାଶ ପାଇବ ବୋଲି ଭାରତୀୟ ମଜଦୁର ସଂଘର ସଂପାଦକ ଚନ୍ଦ୍ର ଶେଖର ଜେନା ମତ ବ୍ୟକ୍ତ କରିଛନ୍ତି। ସେ ଏହି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାର ସତ୍ୟାସତ୍ୟ ଯାଂଚ ନକରି କିପରି ସଂପୃକ୍ତ ଠିକାଦାରକୁ ଅନୁକମ୍ପା ଦେଖାଇଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ତୁରନ୍ତ ସଂପୃକ୍ତ ଯନ୍ତ୍ରୀ ମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚାନ୍ଦବାଲୀ ବାସୀ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.