ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭସମଗ୍ର ମାନବ ସମାଜର ଅର୍ଦ୍ଧେକ ଅଂଶ ନାରୀ। ନାରୀ ଶକ୍ତି ବିନା ରାଷ୍ଟ୍ରର ବିକାଶ ତ ଦୂରର କଥା ରାଷ୍ଟ୍ରର ସ୍ଥିତି ମଧ୍ୟ ଅସମ୍ଭବ । ନାରୀ ଗୃହକର୍ତ୍ରୀ, ସୃଷ୍ଟି କାରିଣୀ ତଥା ପରିବାରର ମେରୁଦଣ୍ଡ। ଏଣୁ ପରିବାରରେ ନାରୀର ଭୂମିକା ଯେପରି ମହତ୍ୱପୂର୍ଣ୍ଣ, ସେପରି ସଫଳ ଗଣତନ୍ତ୍ରରେ ନାରୀର ସହଭାଗିତା ଗୁରୁତ୍ୱପୂର୍ଣ୍ଣ ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ ,ଚରମ୍ପା ପ୍ରାୟୋଜିତ ତଥା ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଆୟୋଜିତ ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଭୂମିର ବିଶିଷ୍ଟ କବୀ ବିଦ୍ୟୁତପ୍ରଭା ଦେବୀ ସ୍ମୃତିରେ ଉତ୍ସର୍ଗୀତ ଏହି ସନ୍ଧ୍ୟାରେ ଭୂମିକନ୍ୟା ମହିଳା ସଂଗଠନ , ଭଦ୍ରକର ସଭାନେତ୍ରୀ ସଂଯୁକ୍ତା ବଳ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ଓ ସାଂସ୍କୃତିକ ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାଧ୍ୟାପିକା ଡ. ସୁକାନ୍ତି ମହାପାତ୍ର ମୁଖ୍ୟବକ୍ତା, ଚିକିତ୍ସାବିତ୍ ଡା. ପୂଜା ଲାହା , ଡ.ପୂଜାରିଣୀ ଘୋଷ ବରେଣ୍ୟ ଅତିଥି , ପ୍ରଧାନ ଶିକ୍ଷୟିତ୍ରୀ ଡ. ଜାନକୀ ପାଢ଼ୀ, ନନ୍ଦିନୀ ମହିଳା ସଂଗଠନ ସଭାନେତ୍ରୀ ସଂଯୁକ୍ତା ଯାଦବ, ଶିକ୍ଷୟିତ୍ରୀ ତଥା କବୟିତ୍ରୀ ମନୋରମା ରାୟ, କବୟିତ୍ରୀ ତଥା ଅଧିବକ୍ତା ଚୈତାଳୀ ଖିଲାର ,ଭୂମିକନ୍ୟା ମହିଳା ସଂଗଠନ, ଭଦ୍ରକର ସମ୍ପାଦିକା ପ୍ରମୁଖ ସମ୍ମାନୀୟା ବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ” ଆମ ଗଣତନ୍ତ୍ରରେ ନାରୀର ଅଧିକାର’ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ଲତା ବାରିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ଶିକ୍ଷୟିତ୍ରୀ ଭାରତୀ ବାଇ ଧନ୍ୟବାଦ ଅର୍ପଣ ଓ ଇଂ. ରିତିକା ଦାସ ଅତିଥି ମାନଙ୍କୁ ମଂଚ ନିମନ୍ତ୍ରଣ କରିଥିଲ। ଏହି ଅବସରରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାରଣାଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟର ସଭାପତି ଇଂ . ଅଭୟ ସୂତାର, ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର, ସମ୍ପାଦକ ରବିନାରାୟଣ ଖିଲାର, ସାଂସ୍କୃତିକ ସମ୍ପାଦକ ରାମ ନାରାୟଣ ମହାନ୍ତି,ସଂଗଠନ ସମ୍ପାଦକ ନାଟ୍ୟଶ୍ରୀ ଡ. ନିର୍ମଳ ରାଉତ ଓ ନାରାୟଣ ଚନ୍ଦ୍ର ପାଢ଼ୀ ପ୍ରମୁଖ ମଂଚ ଓ ମହୋତ୍ସବ ପରିଚାଳନା କରିଥିଲେ। ଡ୍ରିମ୍ ଇଣ୍ଡିଆ ସ୍କୁଲ ଓ ବିଦ୍ୟାର୍ଥୀ ଇଂଟର ନ୍ୟାସନାଲ ସ୍କୁଲ ର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉକ୍ତ ମହୋତ୍ସବ ଓ ପୁସ୍ତକ ମେଳାରେ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ହସ୍ତଶିଳ୍ପ ପ୍ରଦର୍ଶନୀ ର ଷ୍ଟଲ ରହିଛି ଏବଂ ଭଦ୍ରକର ବିଧାୟକ ସିତାଂଶୁ ଶେଖର ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ମିଳିତ ଭାବେ ଏହାକୁ ଉଦଘାଟନ କରିଛନ୍ତି। ଏହି ହସ୍ତଶିଳ୍ପ ଷ୍ଟଲରେ ବିକ୍ରି ହେଉଥିବା ପଦାର୍ଥ ଆକର୍ଷଣୀୟ ହୋଇ ଥିବାରୁ ଷ୍ଟଲରେ ଜନ ଗହଳି ଲାଗିରହୁଛି।
Home ଜିଲ୍ଲା ପରିକ୍ରମା ପରିବାର ପରି ରାଷ୍ଟ୍ର ଗଠନରେ ମଧ୍ୟ ନାରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ,ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ...








