Home ଜିଲ୍ଲା ପରିକ୍ରମା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାରେ ଧାମନଗରର ଛଅ ଶିକ୍ଷାନୁଷ୍ଠାନ,ଶହିଦ ନଗର ହାଇସ୍କୁଲରେ ହେବ ଜିଲ୍ଲାସ୍ତରୀୟ...

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାରେ ଧାମନଗରର ଛଅ ଶିକ୍ଷାନୁଷ୍ଠାନ,ଶହିଦ ନଗର ହାଇସ୍କୁଲରେ ହେବ ଜିଲ୍ଲାସ୍ତରୀୟ ଉତ୍ସବ

6

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭ ଶିକ୍ଷା କ୍ଷେତ୍ରରେ ଧାମନଗର ପାଇଁ ଆସିଛି ଏକ ଖୁସିର ଖବର। ରାଜ୍ୟ ସରକାରଙ୍କ ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା’ରେ ଭଦ୍ରକ ଜିଲ୍ଲାର ୧୭ଟି ବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ ଧାମନଗର ବ୍ଲକରୁ ସର୍ବାଧିକ ୬ଟି ବିଦ୍ୟାଳୟ ମନୋନୀତ ହୋଇଛି। ଏହା ଧାମନଗର ଅଂଚଳର ଶିକ୍ଷା ଭିତିଭୂମି ବିକାଶ ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ ହେବ ବୋଲି ବିବେଚନା କରାଯାଉଛି।ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ନିମନ୍ତେ ଧାମନଗର ବ୍ଲକର ମନୋନୀତ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ରହିଛି ଅର୍ଜୁନପୁର ବାଲିପାଟଣାର ଜୟକିଷାନ ନୋଡାଲ ହାଇସ୍କୁଲ,ହସନାବାଦର ଗୋପବନ୍ଧୁ ନଗର ହାଇସ୍କୁଲ,ଅସୁରାଳିର ଦେଶବନ୍ଧୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଗୋବିନ୍ଦପୁରର କୋରୁଆ-ଗୋବିନ୍ଦପୁର ନୋଡାଲ ହାଇସ୍କୁଲ, ଶହିଦ ନଗର ନୋଡାଲ ହାଇସ୍କୁଲ ଏବଂ ଦେହୁଡ଼ି ଆନନ୍ଦପୁର ପଂଚାୟତର ଜଗନ୍ନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଯୋଜନାର ଭଦ୍ରକ ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଧାମନଗର ବ୍ଲକର ଶହିଦ ନଗର ହାଇସ୍କୁଲ ପରିସରରେ ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଏଥିରେ ଧାମନଗର ବିଧାୟକ ତଥା ମନ୍ତ୍ରୀ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଯୋଜନା ଅଧୀନରେ ବିଦ୍ୟାଳୟଗୁଡ଼ିକର ଶିକ୍ଷା ବ୍ୟବସ୍ଥା ଓ ଭିତିଭୂମି କ୍ଷେତ୍ରରେ ଉନ୍ନତି ଆସିବା ସହ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାର ସୁଯୋଗ ମିଳିବ ବୋଲି କୁହାଯାଇଛି। ବିଶେଷକରି ଗ୍ରାମାଂଚଳର ଛାତ୍ରଛାତ୍ରୀ ଉନ୍ନତ ଶିକ୍ଷା ପରିବେଶରେ ପାଠପଢ଼ିବାର ସୁଯୋଗ ପାଇବେ।ପ୍ରତି ଶିକ୍ଷାନୁଷ୍ଠାନ ପାଇଁ ଏହି ଯୋଜନା ମାଧ୍ୟମରେ ୫ କୋଟିରୁ ୧୫ କୋଟି ଟଙ୍କାର ବିନିଯୋଗ ହେବ ବୋଲି ଜଣାଯାଇଛି।ଭଦ୍ରକ ଜିଲ୍ଲାରେ ୧୭ଟି ବିଦ୍ୟାଳୟ ମଧ୍ୟରୁ ଧାମନଗରର ୬ଟି ବିଦ୍ୟାଳୟ ସ୍ଥାନ ପାଇବା ଅଂଚଳ ପାଇଁ ନିଶ୍ଚିତ ଭାବେ ଏକ ଆଶାଜନକ ଖବର ହୋଇଛି।ଏହି ଘୋଷଣା ପରେ ଧାମନଗର ଅଂଚଳର ଶିକ୍ଷା ପ୍ରେମୀ ବୁଦ୍ଧିଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.