Home ଜିଲ୍ଲା ପରିକ୍ରମା ରାଜ୍ୟ ସରକାର ଚଞ୍ଚକତା ଅଭ୍ୟାସ ପରିହାର କରନ୍ତୁ – ବିଷ୍ଣୁ ସେଠୀ , ବିଜୁ ପକ୍କାଘର...

ରାଜ୍ୟ ସରକାର ଚଞ୍ଚକତା ଅଭ୍ୟାସ ପରିହାର କରନ୍ତୁ – ବିଷ୍ଣୁ ସେଠୀ , ବିଜୁ ପକ୍କାଘର ଯୋଜନା ପ୍ରଚାର ପତ୍ର ପୋଡିଲେ ବିଜେପି ନେତା

19

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରରେ ଥିବା ବିଜେପି ସରକାର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁମୁଖୀ ଜନକଲ୍ୟାଣ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ୟତମ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ ଭାରତର କୌଣସି ପ୍ରାନ୍ତରରେ ସାଧାରଣରୁ ସାଧାରଣ ମଣିଷ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ପକ୍‌୍‌କା ଘରଟିଏ ପାଇବାକୁ ହକ୍‌ଦାର । ଏହି ଯୋଜନାରେ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଘର ତିଆରି ହୋଇଛି । ମାତ୍ର ଦୁଃଖ ଓ ପରିତାପର ବିଷୟ ଏହି ଯେ, ଓଡ଼ିଶାରେ ପ୍ରତିଷ୍ଠିତ ନବୀନ ପଟ୍ଟନାୟକ ସରକାର ଅଭ୍ୟାସଗତ ଭାବେ ପ୍ରତି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା ବୋଲି ସର୍ବ ସାଧାରଣରେ ପ୍ରକାଶ କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏଠାରେ କହିଛନ୍ତି । ଆଜି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ ଏହା କହିବା ସହିତ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରଳ ଭାବେ ବିଜୁ ବାବୁଙ୍କ ନାମକୁ ଯୋଡି ତାହା ଓଡ଼ିଶା ସରକାରଙ୍କ ଯୋଜନା ବୋଲି ପ୍ରତୀତ କରୁଛନ୍ତି । ଯେପରିକି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବଦଳରେ ବିଜୁ ପକ୍କ୍‌ାଘର ଯୋଜନା ବୋଲି ଉଲ୍ଲେଖ କରି ହିତାଧିକାରୀଙ୍କ କାନ୍ଥରେ କିମ୍ବା ସର୍ବସାଧାରଣରେ ପ୍ରଚାରପତ୍ର ମାରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ‘ପ୍ର.ଆ.ଯୋ’ ବୋଲି ପ୍ରଚାରପତ୍ରରେ ଉଲ୍ଲେଖ କରୁଥିଲା ବେଳେ ବିଜୁ ପକ୍କାଘର ଯୋଜନାକୁ ‘ବି.ପ.ଯୋ. କାହିଁକି ଲେଖୁ ନାହାନ୍ତି ବୋଲି ଶ୍ରୀ ସେଠୀ ପ୍ରଶ୍ନ କରିଥିଲେ । ବାସ୍ତବରେ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ । ଏଭଳି ଅଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିଜେପି ପ୍ରବଳ ବିରୋଧ କରୁଛି ଏବଂ ଯେଉଁ ଯେଉଁ ସ୍ଥାନରେ ଏଭଳି ପାତର ଅନ୍ତର ପ୍ରଚାରପତ୍ର ଲାଗିଥିବ ସେଗୁଡିକୁ ସେଠୁ ବାହାର କରାଯିବା । ମୁଖ୍ୟମନ୍ତ୍ରୀ ସବୁ ହିତାଧିକାରୀଙ୍କୁ ପକ୍କ୍‌ା ଘରଟିଏ ମୁଣ୍ଡ ଉପରେ ତିଆରି କରିବାକୁ ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ବୋଲି ଚିଠି ଲେଖିଛନ୍ତି, ତାହା ଅତ୍ୟନ୍ତ ଅମୂଳକ । କାରଣ ଷାଠିଏ ଦଶକରେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ସବୁ ପରିବାରକୁ ‘ଟାଇଲ ଘର’ ପ୍ରଦାନ କରିବାକୁ ଆହ୍ୱାନ ଦେଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି । ଯେଉଁ ପ୍ରଶାସନିକ ଅଧିକାରୀ ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ ସେମାନଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେବାକୁ ଶ୍ରୀ ସେଠୀ ଚେତବାନୀ ଦେଇଥିଲେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦିପ ନାୟକ, ବଦ୍ରି ଧଳ, ଜିଲ୍ଲା ସଭାପତି ହେମନ୍ତ ପାଢୀ, ଉଦୟ ନାରାୟଣ ମଲ୍ଲିକ, ହରପ୍ରିୟା ସାହୁ, ଜୟପ୍ରକାଶ ମଲିକ, ଭାଗିରଥି ମହାକୁଡ, ଶଶାଙ୍କ ଦାଶ, ବୁଦ୍ଧଦେବ ଜେନା ପ୍ରମୁଖ ଯୋଗ ଦେବା ସହ ଉକ୍ତ ପ୍ରଚାରପତ୍ରକୁ ପୋଡିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.