Home ଓଡ଼ିଶା ରାଜ୍ୟସ୍ୱାସ୍ଥ୍ୟ ବିଭାଗ କୋଭିଡ ମନିଟରିଂ ଟିମ କେନ୍ଦୁଗୁଡା ଗ୍ରାମ ପରିଦର୍ଶନ ଓ ଅଜଣା ରୋଗର ସ୍ଥିତି...

ରାଜ୍ୟସ୍ୱାସ୍ଥ୍ୟ ବିଭାଗ କୋଭିଡ ମନିଟରିଂ ଟିମ କେନ୍ଦୁଗୁଡା ଗ୍ରାମ ପରିଦର୍ଶନ ଓ ଅଜଣା ରୋଗର ସ୍ଥିତି ଅନୁଧ୍ୟାନ କଲେ

95

ମାଲକାନଗିରି,୧୧ା୬( ଓଡିଆ ପୁଅ)ମାଲକାନଗିରି ଜିଲ୍ଲାସ୍ଥ ପେଡାକୋଣ୍ଡା ପଚାଂୟତ କେନ୍ଦୁଗୁଡା ଗାଁରେ ଅଜଣା ରୋଗରେ ଗତ ତିନିମାସ ମଧ୍ୟରେ ୧୭ଜଣଙ୍କର ମୃତ୍ୟୁ ଘଟିଛି । ଏହି ମୃତ୍ୟୁକୁ ନେଇ ଗୁଣିଆ ସନ୍ଦେହରେ ସେହି ଗାଁର ଜଣେ ଯୁବକକୁ ମଧ୍ୟ ହତ୍ୟା କରାଯାଇଛି ଏ ଂସଂପର୍କରେ ବିଭିନ୍ନ ଗଣ ମାଧ୍ୟମରେ ଏହି ଖବର ପ୍ରକାଶପାଇବା ପରେ ସେହି ଗାଁକୁ ରାଜ୍ୟସ୍ୱାସ୍ଥ୍ୟବିଭାଗ କୋଭିଡ୧୯ ମନିଟରିଂ ଟିମ ର ଟିମ ଲିଡର ଅତିରିକ୍ତ ନିର୍ଦ୍ଦେଶକ ଡି.ଏମ.ଟି ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା ଙ୍କ ନେତୃତ୍ୱରେ କୋରାପୁଟ ସହିଦ ଲକ୍ଷମଣ ନାୟକ ମେଡିକାଲ କଲେଜ ସହକାରି ପ୍ରଫେସର ଡାକ୍ତର ରମେଶକୁମାର ବିଶ୍ୱାଳ,ଡବ୍ଲୁଏଚଓ ଡକ୍ଟର ସମାଧାନ,ସହକାରି ପ୍ରଫେସର ଡାକ୍ତର ରଜଂନକୁମାର ସେନ ପ୍ରମୁଖ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ମାନେ କେନ୍ଦୁଗୁଡା ଗ୍ରାମପରିଦର୍ଶନ କରି ଅଜଣା ରୋଗରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ଭେଟିଥିଲେ । ମୃତପରିବାର ଲୋକଙ୍କ ଠାରୁ ରୋଗର ଲକ୍ଷଣ ବୁଝିବା ସହିତ ସେଠାକାର ପରିସ୍ଥିତି ଅନୁଧ୍ୟାନ କରି ଗାଁର ପରିବେଶ ଓ ପାରିପାଶ୍ୱର୍ିକ ସ୍ଥିତି ପରଖିଛନ୍ତି । ରାଜ୍ୟସ୍ୱାସ୍ଥ୍ୟ ବିଭାଗ କୋଭିଡ ମନିଟରିଂ ଟିମ ପ୍‌୍ରଥମେ ମାଥିଲି ଓ ପାଣ୍ଡ୍ରିପାଣି ଠାରେ ଖୋଲା ଯାଇଥିବା କୋଭିଡ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର କ୍ୟାରେଟାଂଇନ କେନ୍ଦ୍ର ପରିଦର୍ଶନ କରି ସେଠାକାର ସ୍ଥିତି ପରଖିବା ସହିତ ସେଠାରେ ମୁତୟନ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାସଦର ମହକୁମା କୋଭିଡ ହସପିଟାଲ ପରିଦର୍ଶନ କରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ସିଡିଏମଓ ଡା. ଅରୁଣକୁମାର ପାଢୀ ଓ ମାଲକାନଗିରି କୋଭିଡ ହସପାଟିଲ ନୋଡାଲ ଅଫିସର ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ ସହିତ କରୋନା ଆକ୍ରାନ୍ତ ମାନଙ୍କ ଚିକିତ୍ସା ଓ ମାଲକାନଗିରି ଜିଲ୍ଲାରେ କୋଭିଡ ପରିଚାଳନା ସଂପର୍କରେ ଆଲୋଚନା କରି କୋରାପୁଟ ଫେରି ଯାଇଛନ୍ତି ।ସୂଚନାଯୋଗ୍ୟ, ଗତ ତିନିମାସ ଭିତରେ ଗୋଟିଏ ଗାଁରେ ଲଗାତର ଭାବେ ୧୭ଜଣଙ୍କର ମୃତ୍ୟୁ ହେବା ଘଟଣାର ପ୍ରକୃତ କାରଣ କଣ ,ଏହା କେଉଁ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଗ୍ରାମବାସୀ ମାନଙ୍କର ମୃତ୍ୟୁଘଟୁଛି ତାହାର ସଠିକ ଭାବେ ଅନୁଧ୍ୟାନ କରିଥିଲେ । ମାଲକାନଗିରି ଜିଲ୍ଲାସ୍ଥ ପେଡାକୋଣ୍ଡା ପଚାଂୟତ ନିକଟବର୍ତି କେନ୍ଦୁଗୁଡା ଆଦିବାସୀ ଗ୍ରାମରେ ଗତ ମାର୍ଚ ମାସ ଠାରୁ ଏହି ଅଚିହ୍ନାରୋଗ ଆରମ୍ଭ ହୋଇ ଜଣଙ୍କ ପରେ ଜଣଙ୍କର ମୃତ୍ୟୁଘଟି ମୃତ୍ୟୁସଂଖ୍ୟା୧୭କୁ ଟପିଲାଣି । ଆକ୍ରାନ୍ତ ରୋଗୀ ମାନଙ୍କର ପ୍ରଥମେ ଗୋଡ,ହାତ ଫୁଲିଯିବା ସହ ଦୁଇରୁ ତିନିଦିନ ଧରି ଜ୍ୱର ଲାଗିରହୁଛି, କେତେଜଣଙ୍କର ଗୋଡ ଠାରୁ ଅଟାଂ ପର୍ଯ୍ୟନ୍ତ ଅକାଲୁଆ ହୋଇ ଚଲାବୁଲା କରି ନପାରି ବିଛଣାରେ ପଡି ପଡି କିଛି ଦିନପରେ ମୃତ୍ୟୁ ଘଟୁଥିବାର ଜଣାପଡିଛି । ଏହି ଅଚିହ୍ନାରୋଗ ଗ୍ରାମରେ ବ୍ୟାପି ଥିବାରୁ ଆଦିବାସୀ ଗ୍ରାମବାସୀ ମାନେ ଭୟଭିତ ହୋଇ ଦିଶାରୀ ଗୁଣିଆ ପାଖକୁ ଯାଇ ଆକ୍ରାନ୍ତ ମାନଙ୍କୁ ଝଡା ଫୁଙ୍କାକରୁଥିବାର ଦେଖିବାକୁ ମିଳିଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ପେଡାକୋଣ୍ଡା ପଚାଂୟତ କେନ୍ଦୁଗୁଡା ଗ୍ରାମରେ ଅଚିହ୍ନାରୋଗରେ ତିନିମାସ ମଧ୍ୟରେ ପ୍ରାୟ ୧୭ଜଣଙ୍କର ମୃତ୍ୟୁ ହୋଇଥିବାର ସମ୍ବାଦ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଜିଲ୍ଲାସ୍ୱାସ୍ଥ୍ୟବିଭାଗ ପକ୍ଷରୁ ତତ୍ପରତା ପ୍ରାକାଶ ପାଇ ସେହିଗ୍ରାମରେ ଡାକ୍ତରୀ ଦଳ ପହଁଚି ସ୍ୱାସ୍ଥ୍ୟସେବା ଆରମ୍ଭ କରିଦେଇଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.