Home ଜିଲ୍ଲା ପରିକ୍ରମା ରାଜ୍ୟପାଳଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ

ରାଜ୍ୟପାଳଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ

79

ପୁରୀ ୬-୧୨ (ଓଡ଼ିଆ ପୁଅ) ପୁରୀ ଗସ୍ତରେ ଆସିଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ଭେଟି ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଦେଇଛନ୍ତି ବିଭିନ୍ନ ଅନୁଷ୍ଠାନ ସହ ଶ୍ରୀଜଗନ୍ନାଥ ସେନା। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତୁରନ୍ତ ଖୋଲି ଅନୁଧ୍ୟାନ କରିବା, ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଦଶଅବତାର ମୂର୍ତ୍ତ ପୁନଃ ସଂସ୍ଥାପନ, ଏମାର ମଠରୁ ଜବତ ହୋଇ ଜିଲ୍ଲା ଅସ୍ତ୍ରାଗାରରେ ଥିବା ୫୨୨ଖଣ୍ଡ ରୂପା ଇଟାକୁ ଶ୍ରୀଜଗନ୍ନାଥଙ୍କ ଟ୍ରେଜେରୀକୁ ଆଣିବା, ପୁରୀ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ ବାତିଲ କରିବା, ବହୁ ପ୍ରତୀକ୍ଷିତ ସିଦ୍ଧ ମହାବୀର ରେଳ ଓଭରବ୍ରିଜ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା, ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଶୀଘ୍ର ଖୋଲିବା, ଭକ୍ତ ଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରମୂଖ ୯ ଦଫା ଦାବି ସ୍ମାରକପତ୍ର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ରାଜ୍ୟ ପାଳ ଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟପାଳ ଏହାକୁ ଗୁରୁତର ସହ ନେଇ ଏହା ଉପରେ ବିଚାର କରି ଏ ନେଇ ସଠିକ ପଦକ୍ଷେପ ନେବାକୁ ସେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀଜଗନ୍ନାଥ ସେନା ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.