Home କୋରାପୁଟ ଭାରତମାଳା ପ୍ରକଳ୍ପର କ୍ଷତିଗ୍ରସ୍ତ ଲୋକଙ୍କୁ ଏକର ପିଛା ଅତି କମରେ ୩୦ ଲକ୍ଷ ଟଙ୍କା ପ୍ରଦାନ...

ଭାରତମାଳା ପ୍ରକଳ୍ପର କ୍ଷତିଗ୍ରସ୍ତ ଲୋକଙ୍କୁ ଏକର ପିଛା ଅତି କମରେ ୩୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କୋରାପୁଟ ସାଂସଦ ଲୋକସଭାରେ ଉପସ୍ଥାପନା କଲେ

148

କୋରାପୁଟ ୦୬-୧୨(ଓଡିଆ ପୁଅ/ରଂଜନ ଦାସ)ଭାରତମାଳା ପ୍ରକଳ୍ପ ଅଧିନରେ କୋରାପୁଟ ତହସିଲ ଅନ୍ତର୍ଗତ ତୋଲା,ରେଙ୍ଗାଗୁଡା, ଡଂଗ୍ରୀ ,ଡୋଲିଆମ୍ବ,ଲିଲିଗୁଡା ମୈାଜାର ଜମିକୁ ପ୍ରସ୍ତାବିତ ପ୍ରକଳ୍ପ ସ୍ପର୍ଶ କରୁଥିବା ବେଳେ ବୋରିଗୁମ୍ମା,ଦଶମନ୍ତପୁର ସେମିଲିଗୁଡା ଏବଂ ପଟ୍ଟାଙ୍ଗୀ ତହସିଲ ଅଧିନରେ ଥିବା ଚାଷୀଙ୍କ ଅନେକ ଚାଷଜମିକୁ ସ୍ପର୍ଶ କରେ ।ଡଙ୍ଗର-୧ ,ଡଙ୍ଗର-୨,ଡଙ୍ଗର-୩ ,ପ୍ୟାଡି-୧,ପ୍ୟାଡି-୨ ଇତ୍ୟାଦି ଜମିର ଶ୍ରେଣୀକରଣ ପାଇଁ ପ୍ରସ୍ତାବିତ କ୍ଷତିପୂରଣ ରାଶି ବେଂଚମାର୍କ ମୁଳ୍ୟ ଅନୁଯାୟୀ  ଜିଲ୍ଲା ପ୍ରଶାସନ ସ୍ଥିର କରିଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା ଲୋକସଭାରେ ଉପସ୍ଥାପନା କରିଥିଲେ ।ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଅନୂସୁଚିତ ଜିଲ୍ଲା ଭାବରେ ସୂଚିତ କରାଯାଇଛି ।ଅଧିକାଂଶ ଲୋକ ଅନୁସୂଚିତ ଜନଜାତି,ଅନୂସୂଚିତ ଜାତି ,ଆର୍ଥିକ ପଛୁଆ ଶ୍ରେଣୀ ଓ ଅଶିକ୍ଷିତ ଅଟନ୍ତି ।ପ୍ରସ୍ତାବିତ କ୍ଷତିପୂରଣ ବହୁତ କମ ଅଟେ ।ତେଣୁ ଲୋକଙ୍କ ଦୁଃଖଦୂର କରିବା ନିମନ୍ତେ ଏକର ପିଛା ଅତିକମରେ ୩୦ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ସେ  ସଡକ ପରିବହନ ଓ ରାଜପଥ ମନ୍ତ୍ରାଣାଳୟକୁ ନିବେଦନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.