Home ଜିଲ୍ଲା ପରିକ୍ରମା ପଦରୁ ଇସ୍ତଫା ଓ ବହିଷ୍କୃତ ନେଇ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ

ପଦରୁ ଇସ୍ତଫା ଓ ବହିଷ୍କୃତ ନେଇ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ

67

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୃଙ୍ଖଳା ଭଂଗ ଅଭିଯୋଗରେ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା ସଂପାଦିକା ନବନିତା ନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆଜି ଜିଲା ବିଜେପି କାର୍ଯ୍ୟାଳୟରେ ଜିଲା ସଭାନେତ୍ରୀ ହରପ୍ରିୟା ସାହୁ ଓ ସଂପାଦିକା ଲିପିକା ବାରିକଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନବନିତାଙ୍କୁ ସଂପାଦିକା ପଦରୁ ହଟାଇ ତାଙ୍କ ସ୍ଥାନରେ ବିଷ୍ଣୁପ୍ରିୟା ଜେନାଙ୍କ ନାମ ଘୋଷଣା କରିଛି ବିଜେପି ମହିଳା ମୋର୍ଚ୍ଚା । ଏଠାରେ ସୂଚନାଯୋଗ୍ୟ ଗତ ୧୫ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନବନିତା ସୋସିଆଲ ମିଡିଆରେ କିଛି ତଥ୍ୟ ପୋଷ୍ଟ ପରେ ତାହା ଡିଲିଟ୍ କରିବା ପାଇଁ ଧମକ ମିଳୁଥିଲା ବୋଲି ସେ କହିଥିଲେ । ଏବଂ ବିଜେପିର ନୀତି ଆଦର୍ଶକୁ ଅବମାନନା କରି ନ୍ୟାୟ ଦେବାପାଇଁ ଆସି ସ୍ୱାମୀଙ୍କ ନାମରେ ଅଭିଯୋଗ ଥିବା ଜନୈକ ନେତ୍ର୍ରୀଙ୍କ ଘରେ ମହିଳା ମୋର୍ଚ୍ଚାର ପଦାଧିକାରୀମାନେ ଭୋଜନ କରିବା ନାପସନ୍ଦ କରି ଦଳରୁ ଇସ୍ତଫା ଦେଲେ ବୋଲି କହିଥିଲେ । ତେବେ ଆଜି ତାଙ୍କୁ ପଦରୁ ହଟାଇ ବିଷ୍ଣୁପ୍ରିୟାଙ୍କ ନାମ ଘୋଷଣା କରିଛି ବିଜେପି ମହିଳା ମୋର୍ଚ୍ଚା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.