Home ଓଡ଼ିଶା ରାଜସୁନାଖଳାରେ ସାନିଟାଇଜ୍ ଓ ୩ ଦିନ ପାଇଁ ସଟ୍‌ଡାଉନ୍‌

ରାଜସୁନାଖଳାରେ ସାନିଟାଇଜ୍ ଓ ୩ ଦିନ ପାଇଁ ସଟ୍‌ଡାଉନ୍‌

97

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୮-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ଗ୍ରାମ ଓ ବଜାର ୩ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା ହୋଇଥିବା ଜଣା ପଡିଛି । ଏହି ସଟ୍‌ଡାଉନ୍ ଆସନ୍ତା ଶନିବାର ଅଗଷ୍ଟ ୮ ତାରିଖ ସକାଳ ୬ ଘଟିକାଠାରୁ ମଙ୍ଗଳବାର ଅଗଷ୍ଟ ୧୧ ତାରିଖ ରାତି ୯ ଘଟିକା ପର୍ଯ୍ୟନ୍ତ ରହିବ । ଏ ସମ୍ପର୍କେ ରାଜସୁନାଖଳା ସରପଂଚ ଶସ୍ମିତା ସାହୁ ନୟାଗଡ ଜିଲ୍ଲାପାଳ, ଉପଜିଲ୍ଲାପାଳ, ରଣପୁର ତହସିଲ୍‌ଦାର, ରଣପୁର ଥାନା ଇନିସ୍‌ପେକ୍ଟର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଥିବା ଜଣା ପଡିଛି ।

ରାଜସୁନାଖଳା ସହ ରାଜସୁନାଖଳା ବଜାର ସଟ୍‌ଡାଉନ୍ ସମୟରେ ସମ୍ପୁର୍ଣ୍ଣ ବନ୍ଦ ରହିବ । ଦମକଳ ବାହିନୀ ଦ୍ୱାରା ରାଜସୁନାଖଳା ବଜାର ଓ ସାହି ଗୁଡିକ ସାନିଟାଇଜ୍ କରାଯାଇଥିବା ଜଣା ପଡିଛି । ରାଜସୁନାଖଳା ସାହି, ଗୋପିନାଥପୁର ସାହି, ଏକଡାଳିଆ ସାହି ଓ ହରିଜନ ସାହିରୁ ୨ ଦିନ ଭିତରେ ୫ଜଣ କରୋନା ପଜେଟିଭ୍ ବାହାରିଛନ୍ତି ଏବଂ ଅନେକ ଲୋକ ଥଣ୍ଡା ଜ୍ୱର ରେ ଆକ୍ରାନ୍ତ ହୋଇ ଘରେ ଲୁଚିରହି ଚିକିତ୍ସା ହେଉଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.