Home ଓଡ଼ିଶା ଅବକାରୀ ଚଢାଉ ମଦ ଜବତ, ପୋଚ ନଷ୍ଟ, ୨ ଗିରଫ

ଅବକାରୀ ଚଢାଉ ମଦ ଜବତ, ପୋଚ ନଷ୍ଟ, ୨ ଗିରଫ

104

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୮-ନୟାଗଡ ଜିଲ୍ଲା ରଣପୁର ଅବକାରୀ ବିଭାଗର କାକଲମା କାଜୁ ଜଙ୍ଗଲରେ ବ୍ୟାପକ ଚଢାଉ କରାଯାଇଥିଲା । ଚଢାଉ ସମୟରେ ୪ ହଜାର ଲିଟର ମଦରନ୍ଧା ପୋଚ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି । ଗିରଫ ଅଭିଯୁକ୍ତ ହେଲେ ନୟାଗଡ ବୋଦାପଡା ଗ୍ରାମର ସନ୍ତୋଷ କୁମାର ପ୍ରଧାନ(୩୫) ଓ ଖତିଆ ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୩୨) ।

ଉଭୟଙ୍କଠାରୁ ୮ ଲିଟର ଲେଖାଏଁ ହାତରନ୍ଧା ଦେଶୀମଦ ଜବତ କରାଯାଇଛି । ଉଭୟଙ୍କୁ ରଣପୁର କୋର୍ଟକୁ ଚାଲାଣ କରାଯାଇଛି । ଅବକାରୀ ସବ୍ ଇନିସ୍‌ପେକ୍ଟର ଧନଂଜୟ ପାତ୍ର, ଏ.ଏସ୍‌.ଆଇ ଲିଙ୍ଗରାଜ ମହାପାତ୍ର ଓ ଅବକାରୀ ମୋବାଇଲ୍ ଷ୍ଟାଫ୍ ଏହି ଚଢାଉରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.