Home ଓଡ଼ିଶା ରଣପୁର ପୋଲିସ ଦ୍ୱାରା ଜବତ ବିସ୍ପୋରକ କୁ ନିଷ୍କିୟ କରାଗଲା

ରଣପୁର ପୋଲିସ ଦ୍ୱାରା ଜବତ ବିସ୍ପୋରକ କୁ ନିଷ୍କିୟ କରାଗଲା

113

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୧୨-  ନୟାଗଡ ଜିଲ୍ଲା ରଣପୁର ପୋଲିସ ଦ୍ୱାରା ଜବତ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ପ୍ରାଣଘାତି ବିସ୍ପୋରକ କୁ ନିଷ୍କିୟ କରାଯାଇଥିବା ଜଣାପଡିଛି ।  ସାରା ରାଜ୍ୟ ରେ ଅନେକ ଥାନା ମାନଙ୍କରେ ଜବତ ବିସ୍ପୋରକ ଦ୍ୱାରା ଥାନା ଉଡିଯିବା ଘଟଣା ଲୋକଙ୍କ ମନରୁ ପାସୋରି ନାହିଁ । ରଣପୁର ଥାନା ପୋଲିସ ଦ୍ୱାରା ଗତ ନଭେମ୍ବର ୨୯ ତାରିଖ ରେ ଛପରୀ କୋଇଲମା ରୁ ବିପୁଳ ପରିମାଣ ରେ ବିସ୍ପୋରକ ଜବତ କରାଯାଇଥିଲା ।

ଯାହାକୁ କି ରଣପୁର ଥାନା ପରିସର ରେ ପାଣି ଭିଜାଇ ରଖାଯାଇଥିଲା । ପୋଲିସ କର୍ମଚାରୀ ଓ ଆଖପାଖ ଜନସାଧାରଣ ଭୟଭିତ ଅବସ୍ଥାରେ ଥିଲେ ।  ଆଖପାଖ ଅଂଚଳ ର ଜନସାଧାରଣ ଙ୍କ ସୁରକ୍ଷା ପାଇଁ ରଣପୁର ଥାନା ଭାରପ୍ରାପ୍ତ ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଭୁବନେଶ୍ୱର ରୁ ବିସ୍ପୋରକ ନିଷ୍କିୟକାରୀ ଦଳ କୁ ଡକାଇ ଏକ ନିଛାଟିଆ ସ୍ଥାନରେ ଡିସେମ୍ବର ୩ ତାରିଖ ସଂନ୍ଧ୍ୟା ରେ ନିଷ୍କିୟ କରିଥିବା ଜଣାପଡିଛି । ଯାହାଫଳରେ ପୋଲିସ କର୍ମଚାରୀ ଓ ଆଖପାଖ ଅଂଚଳବାସୀ ଆସ୍ୱସ୍ଥି ଲାଭ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.