Home ଓଡ଼ିଶା ଯୋଡା- ନବୀନ ଜିନ୍ଦଲ ଙ୍କ ଜନ୍ମଦିନ କୁ ଫିଟନେସ ଦିବସ ଭାବେ ପାଳନ

ଯୋଡା- ନବୀନ ଜିନ୍ଦଲ ଙ୍କ ଜନ୍ମଦିନ କୁ ଫିଟନେସ ଦିବସ ଭାବେ ପାଳନ

144

ଯୋଡା ୯/୩ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଙ୍କ ଜନ୍ମଦିନ କୁ କମ୍ପାନୀ ପକ୍ଷରୁ ମଙ୍ଗଳବାର ଫିଟନେସ ଦିବସ ଭାବେ ପାଳନ କରାଯାଇଛି ଓ ଏହି ଅବସରରେ ଶାରୀରିକ ସୁସ୍ଥତା ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ବଡ଼ବିଲ ଏବଂ ଟେନସା ଠାରେ ବିଭିନ୍ନ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା ଓ ଏହି କାର‌୍ୟ୍ୟକ୍ରମରେ କମ୍ପାନୀର କର୍ମଚାରୀ, ସେମାନଙ୍କର ପରିବାର ବର୍ଗ ଏବଂ ପିଲାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ଓ ସକାଳେ ବଡ଼ବିଲ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ବ୍ରିଜ ବଦହଦରଓ ଏକ ୱାକଓଥନ କୁ ଉଦଘାଟନ କରିଥିଲେ ଯେଉଁଥିରେ ପ୍ରାୟ ୨୦୦ ଜଣ ଭାଗ ନେଇଥିଲେ ଓ କୋଭିଡ ନିୟମାବଳୀ କୁ ମାନି ପାଳିତ ହୋଇଥିବା  ଏହି କାର‌୍ୟ୍ୟକ୍ରମରେ ବିଶେଷ କରି ପିଲାମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ପରିଲକ୍ଷିତ ହୋଇଥିଲା ଓ ଏହି ଅବସରରେ ସେମାନେ ଶାରୀରିକ ସୁସ୍ଥତା ସମ୍ପର୍କରେ ସ୍ଲୋଗାନ ମଧ୍ୟ ଦେଇସମସ୍ତଙ୍କୁ ଉତ୍ସାହିତ କରିଥିଲେ ଓ ତାଙ୍କ ସଂଭାଷଣରେ ଶ୍ରୀ ବଦହଦରଓ କହିଲେ, “ଜୀବନଧାରଣ ମାନ ରେ ଉନ୍ନତି ଆଣିବା ପାଇଁ ଶାରୀରିକ ସୁସ୍ଥତା ବହୁତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରତିଦିନ ଯୋଗ କରିବା ଦ୍ୱାରା ଆମର ଦୁଇଗୋଟି ବିଶେଷ ଲାଭ ହୋଇଥାଏ; ପ୍ରଥମତଃ ଆମେ ମାନସିକ ବିଷାଦ ରୁ ମୁକ୍ତ ରହୁ ଏବଂ ଦ୍ଵିତୀୟତଃ ଆମେ ଅଧିକ କାର‌୍ୟ୍ୟକ୍ଷମ ହେଉ ଓ ଶ୍ରୀ ନବୀନ ଜିନ୍ଦଲ ଙ୍କ ଜନ୍ମଦିନ କୁ ଫିଟନେସ ଦିବସ ଭାବେ ପାଳନ କରି ଏହା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଆମର ଲକ୍ଷ୍ୟ ଓ” ଶ୍ରୀ ଜିନ୍ଦଲ ଙ୍କ ନେତୃତ୍ୱ ଏବଂ ଦେଶଭକ୍ତି ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ଭାବରେ କହିଥିଲେ ଓ   ପେଲେଟ ପ୍ଲାଣ୍ଟ ରେ କେକ କାଟି କର୍ମଚାରୀ ମାନେ କୋଭିଡ ନିୟମାବଳୀ କୁ ମାନି ଏହି ଦିବସଟିକୁ ପାଳନ କରିଥିଲେ ଓ ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ କମର୍ସିଆଲ ମୁଖ୍ୟ ଶ୍ରୀ ସୁଶୀଲ ଅଗ୍ରୱାଲ; ଅପରେସନ ମୁଖ୍ୟ ଏମ ଡି ପୁରୁଷୋତ୍ତମ; ମେକାନିକାଲ ମୁଖ୍ୟ ଶ୍ରୀ ଦୀପକ ଦାସ; ମାନବ ସମ୍ବଳ ମୁଖ୍ୟ ଶ୍ରୀ ଶରତ କିଶୋର ପଣ୍ଡା, ଇଲେକ୍ଟ୍ରିକାଲ ମୁଖ୍ୟ ଶ୍ରୀ ସୁନୀଲ ପଟନାୟକ ଏବଂ ସିଏସଆର ମୁଖ୍ୟ ଶ୍ରୀ ଭର୍ଜିଲ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ ଓ ସେହିପରି ଟେନସା ସ୍ଥିତ ଲୁହାପଥର ଖଣି କାର‌୍ୟ୍ୟାଳୟ ରେ ମଧ୍ୟ ଏକ ଯୋଗ ଶିବିର ର ଆୟୋଜନ କରାଯାଇଥିଲା ଯେଉଁଥିରେ କର୍ମଚାରୀ ମାନଙ୍କ ସହ ସେମାନଙ୍କ ପରିବାରବର୍ଗ ମଧ୍ୟ ଯୋଗ ଦେଇଥିଲେ ଓ ଟେନସା ୟୁନିଟ ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର କର୍ମଚାରୀ ମାନଙ୍କୁ ଶାରୀରିକ ସୁସ୍ଥତା ର ଗୁରୁତ୍ୱ ସମ୍ପର୍କରେ କହିଥିଲେ ଓ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.