Home Top News ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉତ୍ତରାଖଣ୍ଡ ସିଏମ ତ୍ରିବେନ୍ଦ୍ର ସିଂ ରାୱତ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉତ୍ତରାଖଣ୍ଡ ସିଏମ ତ୍ରିବେନ୍ଦ୍ର ସିଂ ରାୱତ

57

ନୂଆଦିଲ୍ଲୀ ୯-୩ (ଓଡ଼ିଆ ପୁଅ) ତ୍ରିବେନ୍ଦ୍ର ସିଂ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତ୍ରିବେନ୍ଦ୍ର ସିଂ ରାୱତ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କ ସହ ସାକ୍ଷାତ ପରେ ତ୍ରିବେନ୍ଦ୍ର ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତ୍ରିବେନ୍ଦ୍ର ସିଂ ରାୱତଙ୍କ ପ୍ରତି କିଛି ମନ୍ତ୍ରୀ ଏବଂ ବିଧାୟକଙ୍କ ଅସନ୍ତୋଷ ଥିବାରୁ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଏହି ନେତାମାନେ ଅସନ୍ତୋଷ ବ୍ୟକ୍ତ କରିବା ପରଠାରୁହିଁ ତ୍ରିବେନ୍ଦ୍ର ସିଂ ରାୱତ ମୁଖ୍ୟମନ୍ତ୍ରୀ ଥିବାବେଳେ ସଙ୍କଟ ଜାରି ରହିଥିଲା। ସେବେଠାରୁ କେନ୍ଦ୍ରୀୟ ନେତୃତ୍ୱଙ୍କର ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଥିଲେ ତାଙ୍କର ବିରୋଧି ଦଳୀୟ ନେତାମାନେ। ସେବେଠାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଇପାରେ ବୋଲି ଅନୁମାନ କରାଯାଉଥିଲା।

ଇସ୍ତଫା ଦେବା ପରେ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି – ୪ ବର୍ଷକୁ ମାତ୍ର ୯ ଦିନ ବାକି ଅଛି

ଇସ୍ତଫା ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ଯେ ମୁଁ ଦୀର୍ଘ ଦିନ ଧରି ରାଜନୀତି କରୁଛି। ଚାରି ବର୍ଷ ଧରି ଦଳ ମୋତେ ସିଏମ୍ ଭାବରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲା। ମୁଁ କଦାପି ଭାବି ପାରିନଥିଲିଯେ, ମୁଁ କେବେ ମୁଖ୍ୟମନ୍ତ୍ରୀ ହୋଇପାରିବି ବୋଲି। କିନ୍ତୁ ବିଜେପି ମୋତେ ସେବା କରିବାର ସୁଯୋଗ ଦେଇଛି। ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ଯେ, ଦଳ ମୋତେ ଏହି ରାଜ୍ୟରେ ଚାରି ବର୍ଷ ସେବା କରିବାର ଏକ ସୁଯୋଗ ଦେଇଛି। ଦଳ ବର୍ତ୍ତମାନ ନିଷ୍ପତ୍ତି ନେଇଛି ଯେ, ସିଏମ୍ ଭାବରେ କାର୍ଯ୍ୟ କରିବାର ସୁଯୋଗ ବର୍ତ୍ତମାନ କାହାକୁ ଦିଆଯାଉ। ଜଣେ ମୁଖ୍ୟମନ୍ତ୍ରୀ ଭାବରେ, ମୁଁ ଚାରି ବର୍ଷକୁ ୯ ଦିନ ଵାକିଅଛି ସେବା କରିଛି।

ବୁଧବାର ଉତ୍ତରାଖଣ୍ଡର ନୂତନ ସିଏମ୍ ଘୋଷଣା କରାଯିବ, ସସପେନ୍ସ ଜାରି

ବୁଧବାର ଦିନ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ଏହାକୁ ନେଇ ରାଜ୍ୟରେ ଏକ ରାଜନୈତିକ ଅସ୍ଥିରତା ରହିଛି। ସୂଚନାନୁସାରେ, ସିଏମ ରାୱତ, ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଧନ ସିଂ ରାୱତଙ୍କ ନାମ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି କାରଣରୁ ଧନ ସିଂ ରାୱତଙ୍କୁ ଶୀଘ୍ର ଡେରାଡୁନକୁ ଡକାଯାଇଛି। ଏହା ବ୍ୟତୀତ ରାଜ୍ୟରେ ଡେପୁଟି ସିଏମ୍ ମଧ୍ୟ ରହିବେ। ଏହି ପଦ ପାଇଁ ଦୌଡ଼ରେ ପୁଷ୍କର ସିଂ ଧାମିଙ୍କ ନାମ ଆଗରେ ରହିଛି। ଏହି ପଦକ୍ଷେପ ପରେ ରାଜ୍ୟରେ ତିନିଦିନଧରି ଚାଲିଥିବା ରାଜନୈତିକ ସଙ୍କଟ ଶେଷ ହେବ ବୋଲି ଆଶା କରାଯାଉଛି।

ବର୍ତ୍ତମାନ ଉଚ୍ଚଶିକ୍ଷା ମନ୍ତ୍ରୀ ଧନ ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ରାଜ୍ୟରେ କଳ୍ପନାଜଳ୍ପନା ଚାଲିଛି। ବୁଧବାର (ମାର୍ଚ୍ଚ ୧୦) ସୁଦ୍ଧା ତାଙ୍କ ନାମ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.