Home ଜିଲ୍ଲା ପରିକ୍ରମା ଯୋଗ ଦିବସରେ ଡାକ ବିଭାଗ କରିବ ମୋହର ରବ୍ଦୀକରଣ

ଯୋଗ ଦିବସରେ ଡାକ ବିଭାଗ କରିବ ମୋହର ରବ୍ଦୀକରଣ

81

ଭଦ୍ରକ, ୧୯ା୬ (ଓଡ଼ିଆପୁଅ / ସ୍ନିଗ୍ଧା ରାୟ) – ଜୁନ ୨୧ ବିଶ୍ୱ ଯୋଗ ଦିବସ ଅବସରରେ ଭାରତୀୟ ଡାକ ବିଭାଗ ଏହି ଦିବସକୁ ଏକ ସ୍ୱତନ୍ତ୍ର ମୋହର ରବ୍ଦୀକରଣ ଓ ଉନ୍ମୋଚନ ଉତ୍ସବ ପାଳନ କରିବାକୁ ଯାଉଛି । ପୁରୁଣା ମୋହରକୁ ରଦ୍ଦ କରାଯାଇ ନୂତନ ମୋହର କାର୍ଯ୍ୟକ୍ଷମ ହେବ । ଏହା ସମଗ୍ର ଭାରତ ବର୍ଷରେ ୮୧୦ଟି ମୁଖ୍ୟ ଡାକଘରେ ଉନ୍ମୋଚନ କରାଯିବାକୁ ଡାକ ବିଭାଗ ସ୍ଥିର କରିଛି । ୨୦୧୫ ମସିହାଠାରୁ ଜୁନ ମାସ ୨୧ ତାରିଖକୁ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଯାଉଛି । ନିକଟ ଅତୀତରେ ଡାକ ଟିକଟ ସଂଗ୍ରହ ପ୍ରତି ଲୋକମାନଙ୍କର ଅହେତୁକ ଅନାଗ୍ରହକୁ ଆଖି ଆଗରେ ରଖି ଉକ୍ତ ଯୋଗ ଦିବସରେ ମୋହର ରବ୍ଦୀକରଣ ଓ ଉନ୍ମୋଚନ କରାଯିବ । ଏହି ଅବସରରେ ଭଦ୍ରକ ମୁଖ୍ୟ ଡାକଘର ପ୍ରାଙ୍ଗଣରେ ଔଷଧୀୟ ବୃକ୍ଷରୋପଣ, ଶପଥ ପାଠ, ସାମୁହିକ ଯୋଗାଭ୍ୟାସ ଆଦି କରାଯିବାକୁ ସ୍ଥିର କରାଯାଇଛି ବୋଲି ଡାକ ଅଧୀକ୍ଷକ ବି.କେ. ମହାନ୍ତି ସୁଚନା ଦେଇଛନ୍ତି । ଭଦ୍ରକ ଡାକ ମଣ୍ଡଳ ତରଫରୁ ଛାତ୍ରଛାତ୍ରୀ ଓ ଡାକ ଟିକଟ ସଂଗ୍ରହକାରୀଙ୍କୁ ଉକ୍ତ ଉତ୍ସବରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି । ଉତ୍ସବରେ ଯୋଗ ଦେଇ ସ୍ୱତନ୍ତ୍ର ମୋହର ରବ୍ଦୀକରଣ ଲଫାଫାକୁ ସଂଗ୍ରହ କରିବାକୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.