Home ଓଡ଼ିଶା ଦକ୍ଷିଣାଚଂଳ ରାଜସ୍ୱକମିଶନ ର ଙ୍କ ମାଲାକନଗିରି ଗସ୍ତ,କୋଭିଡ,ରାଜସ୍ୱ ଓ ସୀମାନ୍ତ ଚେକପୋଷ୍ଟ ସଂପର୍କରେ ସମୀକ୍ଷା

ଦକ୍ଷିଣାଚଂଳ ରାଜସ୍ୱକମିଶନ ର ଙ୍କ ମାଲାକନଗିରି ଗସ୍ତ,କୋଭିଡ,ରାଜସ୍ୱ ଓ ସୀମାନ୍ତ ଚେକପୋଷ୍ଟ ସଂପର୍କରେ ସମୀକ୍ଷା

47

ମାଲକାନଗିରି,୧୯ ।୬ (ଓଡିଆ ପୁଅ ) ଦକ୍ଷିଣାଚଂଳ ରାଜସ୍ୱ କମିଶନର ଟି.ଆପାଙ୍ଗଆଓ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସି କୋଭିଡ,ରାଜସ୍ୱ ଓ ସୀମାନ୍ତ ଚେକପୋଷ୍ଟ ଉପରେ ସମୀକ୍ଷା କରିଛନ୍ତି । ଆଜି ମାଲକାନଗିରି ଡିଆରଡିଏ ସମ୍ମିଳନୀ କକ୍ଷରେ ଆରଡିସି ଟି.ଆପାଙ୍ଗଆଓ ଙ୍କ ଅଧ୍ୟ କ୍ଷତାରେ ଜରୁରୀ କାଳିନ ସମୀକ୍ଷା ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ମହାମାରି କରୋନା ସମୟରେ ଜିଲ୍ଲାବାସୀଙ୍କ ଆର୍ଥିକ ପରିସ୍ଥିତି,କୋଭିଡ ପରିଚାଳନା,ଆନ୍ଦ୍ରପ୍ରଦେଶ,ତେଲାଙ୍ଗନା ଛତିଶଗଡ ସୀମାନ୍ତ ମୋଟୁ ଠାରେ ଥିବା ଚେକ ପୋଷ୍ଟ ଓ ଜିଲ୍ଲାରେ ରାଜସ୍ୱ ପରିଚାଳନା ସହିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ ।ବିଶେଷ କରି ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନା ରାଜ୍ୟରେ କରୋନା ମହାମାରି ସଂକ୍ରମଣ ଅଧିକ ଥିବାରୁ ନୂଆ ଅନଲକ ଓ ଲକଡାଉନ ନିୟମ କୋହଳ ହେବାପରେ ମଧ୍ୟ ମୋଟୁ ଚେକ ପୋଷ୍ଟଟି ପୁବ ର୍ପରି କାର୍ଯକାରି ରହିବ ବୋଲି ଆରଡିସି ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଡିଆରଡିଏ ଏପିଡି ମାନସ ମିଶ୍ର,ତହସିଲଦାର ଡ. ଗୁଣ ନିଧିନାୟକ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ସ୍ନିଗ୍ଦା ରାଣୀ ଚୌଧୁରୀ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.