Home ଜିଲ୍ଲା ପରିକ୍ରମା ଯୁବ ବିଜେଡ଼ି ରାଜ୍ୟ ସଭାପତିଙ୍କ କୁଶପୁତ୍ତଳା ଦାହ, ଚାନ୍ଦବାଲି ବିଧାୟକଙ୍କ ନାମରେ ମାମଲା ଦାଏର

ଯୁବ ବିଜେଡ଼ି ରାଜ୍ୟ ସଭାପତିଙ୍କ କୁଶପୁତ୍ତଳା ଦାହ, ଚାନ୍ଦବାଲି ବିଧାୟକଙ୍କ ନାମରେ ମାମଲା ଦାଏର

65

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେଡ଼ିର ଚାନ୍ଦବାଲି ବିଧାୟକ ତଥା ରାଜ୍ୟ ଯୁବ ବିଜେଡ଼ି ସଭାପତି ବ୍ୟୋମକେଶ ରାୟଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛି ଭାରତୀୟ ଜନତା ଯୁବମୋର୍ଚ୍ଚା । ବାଂଶଡା ଥାନା ସବ୍ ଇନିସ୍ପେକ୍ଟର ଗୁରୁଚରଣ ବେହେରାଙ୍କୁ ଅଭଦ୍ରୋଚିତ ଧମକ ବିରୁଦ୍ଧରେ ଆଜି ସନ୍ଧ୍ୟାରେ ଟାଉନ ହଲ ଛକଠାରେ ବ୍ୟୋମକେଶ ରାୟଙ୍କ କୁଶପୁତ୍ତଳା ଦାହ କରାଯାଇଥିଲା । ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ବିଧାୟକଙ୍କ ବିରୁଦ୍ଧରେ ଏକ ଏତଲା ପ୍ରଦାନ କରାଯାଇଥିଲା । ବିଧାୟକଙ୍କୁ ଧାରା ୩୫୩ରେ ଗିରଫ କରିବାକୁ ଯୁବମୋଚ୍ଚା ଦାବି କରିଛି । ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଦୁଇଦିନ ତଳେ ବିଧାୟକ ରାୟଙ୍କ ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ସାମ୍ମାଦିକ ସମ୍ମିଳନୀ କରିଥିଲେ । ପୀରହାଟ ମଦମୃତ୍ୟୁ, ମୋତିଲାଲ ଗୌଡ ବିବାଦକୁ ଦୃଷ୍ଟିରେ ରଖି ବିଜେଡ଼ି ବିଧାୟକଙ୍କୁ ଦୋଷୀ ପ୍ରମାଣିତ କରିଥିଲେ । ଏହାକୁ ଖୋଦ୍ ବିଧାୟକ ସାର୍ବଜନୀନ ଭାବେ ପ୍ରମାଣିତ କରିଛନ୍ତି । ଜଣେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ଧମକ ଦେବା, ଅଶ୍ରାବ୍ୟ ଭାଷାରେ ଗାଳି କରି ବିଜେଡ଼ିର ନୀତି ଆଦର୍ଶ କି ବୋଲି ପ୍ରଶ୍ନ କରାଯାଇଥିଲା । ଡିଜିପି ପାଖରେ ବସି ମାଲକାନଗିରି ପଠେଇ ଦେବାର ଧମକ ଉକ୍ତିରୁ ଜଣା ପଡ଼ୁଛି ଯେ ନବୀନ ବାବୁଙ୍କ ଶାସନରେ ଡିଜିପି କଣ ବିଜେଡି ନେତାଙ୍କ କଥାରେ ପରିଚାଳିତ ହେଉଛନ୍ତି ବୋଲି ପ୍ରଶ୍ନ କରାଯାଇଥିଲା । ଯଦି ଥାନା ଅôଧକାରୀ ସୁରକ୍ଷିତ ନୁହଁନ୍ତି ସେଠି ସାଧାରଣ ଜନତା କିପରି ସୁରକ୍ଷିତ ଆଉ କି ପ୍ରକାରର ବ୍ୟବହାର ବିଧାୟକଙ୍କ ଠାରୁ ପାଉଥିବେ ଏହା ସ୍ପଷ୍ଟ ଅନୁମେୟ ବୋଲି ରାଜ୍ୟ ଯୁବମୋର୍ଚ୍ଚା ମିଡ଼ିଆ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜ କହିଥିଲେ । ଯୁବ ସଂଗଠକ ଦେବାଂଶୁ ରାଉତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଧୀର ଦ୍ୱିବେଦୀ, ସରୋଜ ରାଉତ, ଦେବବ୍ରତ ଦାସ, ମିଲନ ବଳ, ଚନ୍ଦ୍ରମୋହନ ମହାପାତ୍ର, ବିଜୟ ନାୟକ, ଭାଗିରଥୀ ନାୟକ, କାହ୍ନା ଚରଣ ଖୁଣ୍ଟିଆ, ଚନ୍ଦନ ଦାସ, ଦେବ ଭୋଇ, ମାଳତୀଲତା ସାହୁ, ବିକାଶ ସ୍ୱାଇଁ, ଅନିଲ ବେହେରା, ବାବୁଲି ଦାସ, ସପନ ଦାସ, ଆଲୋକ ବେହେରା, ବାସୁଦେବ ପଣ୍ଡା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.