Home ଜିଲ୍ଲା ପରିକ୍ରମା ରାସ୍ତାପାଶ୍ୱର୍ ଦୋକାନୀ ସଂଘ ପକ୍ଷରୁ ଫାଶୀ ଦିବସ ପାଳିତ

ରାସ୍ତାପାଶ୍ୱର୍ ଦୋକାନୀ ସଂଘ ପକ୍ଷରୁ ଫାଶୀ ଦିବସ ପାଳିତ

25

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ରାସ୍ତାପାଶ୍ୱର୍ ଦୋକାନୀ ସଂଘ ପକ୍ଷରୁ ସ୍ଥାନୀୟ ବନ୍ତଛକ ବସ୍‌ଷ୍ଟାଣ୍ଡ ନିକଟ ସିଆଇଟିୟୁ କାର୍ଯ୍ୟାଳୟରେ ସହୀଦ ଭଗତ ସିଂ , ରାଜଗୁରୁ ଓ ଶୁକଦେବଙ୍କ ୯୦ତମ ଫାଶୀ ଦିବସ ପାଳିତ ହୋଇଛି । ଏଥିରେ ବିଶିଷ୍ଟ ଶ୍ରମିକ ନେତା ଦିବ୍ୟସିଂହ ନାୟକ ସଭାପତିତ୍ୱ କରିଥିଲେ । ଜିଲାର କୃଷକ ନେତା ଚନ୍ଦ୍ରଶେଖର ନାୟକ, ଆଇନ୍‌ଜୀବୀ ରାଧା ଦାସଙ୍କ ସମେତ ଶତାଧିକ ଯୁବକମାନେ ପ୍ରାରମ୍ଭରେ ଭଗତ ସିଂ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ରାଜଗୁରୁ, ଶୁକଦେବ ଓ ଭଗତ ସିଂଙ୍କ ତ୍ୟାଗପୂତ ଜୀବନ ସଂପର୍କରେ ଆଲୋଚନା କରି ସେମାନେ କିଭଳି ସାଂସଦ ଭବନରେ ବମ୍ ପକାଇ ବ୍ରିଟ୍ରିଶ ଶାସନକୁ ଦୋହଲାଇ ଦେଇଥିଲେ, ତାହା ବର୍ଣ୍ଣନା କରିବା ସହ ୧୯୨୯ ମସିହାରେ ଗିରଫ ହୋଇ ଏହି ମାର୍ଚ୍ଚ ମାସ ୨୯ ରେ ଫାଶୀ ପାଇବାର ଦିନ ଧାର୍ଯ୍ୟ ହୋଇଥିଲେ ବି ଆଜିର ଦିନରେ ଫାଶୀ ପାଇ ସହୀଦ ହୋଇଥିଲେ । ଏଭଳି ତ୍ୟାଗୀ ଦେଶଭକ୍ତ ଆଜି ଇତିହାସ ପୃଷ୍ଠାରେ ହଜିଯାଉଥିବାବେଳେ ଆଜିର ଯୁବପିଢି ସେମାନଙ୍କୁ ମନେ ପକାଇ ପଦାଙ୍କ ଅନୁସରଣ କଲେ, ତାହା ତାଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.