Home ଜିଲ୍ଲା ପରିକ୍ରମା ଜମାତ ଅହମଦିୟା ଭଦ୍ରକ ପକ୍ଷରୁ ‘ୟୋମେ ମସିହ୍ ମଉଦ୍‌’ ଦିବସ ପାଳିତ

ଜମାତ ଅହମଦିୟା ଭଦ୍ରକ ପକ୍ଷରୁ ‘ୟୋମେ ମସିହ୍ ମଉଦ୍‌’ ଦିବସ ପାଳିତ

16

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅହମଦୟା ମୁସ୍‌ଲିମ୍ ଜମାତ, ଭଦ୍ରକ ତରଫରୁ ‘ୟୋମେ ମସିହ୍ ମଉଦ୍‌’ (ପ୍ରତିଷ୍ଠା ଦିବସ) ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହିତ ପାଳିତ ହୋଇଛି । ଅହମଦୀୟା ମୁସ୍‌ଲିମ ଜମାତ୍‌ର ପ୍ରତିଷ୍ଠା ହଜରତ୍ ମିର୍ଜା ଗୁଲାମ ଅହମଦ୍‌ଙ୍କ ଦ୍ୱାରା ୨୩ ମାର୍ଚ୍ଚ ୧୮୮୯ ମସିହାରେ ହୋଇଥିଲା । ଏଣୁ ସମଗ୍ର ବିଶ୍ୱରେ ଅହମଦିଆ ମୁସ୍‌ଲିମ ସଂପ୍ରଦାୟର ଅନୁଗାମୀମାନେ ୨୩ ମାର୍ଚ୍ଚକୁ ପ୍ରତିଷ୍ଠା ଦିବସ ରୂପେ ପାଳନ କରିଥାନ୍ତି । ଉକ୍ତ ସଂପ୍ରଦାୟ ପ୍ରତିଷ୍ଠା କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ଇସ୍‌ଲାମ ଧର୍ମର ବାସ୍ତବ ରୂପକୁ ଅଧିକ ସୁନ୍ଦର ଭାବେ ସଂସାର ସମ୍ମୁଖରେ ଉପସ୍ଥପାନ କରିବା ଏବଂ ଇସ୍‌ଲାମ ଶାନ୍ତି ଓ ନିରାପଦର ଧର୍ମ ବୋଲି ମାନବ ସମାଜକୁ ଅବଗତ କରାଇବା । ଏହି ସଂଗଠନର ପ୍ରତିଷ୍ଠାତା ହଜରତ୍ ମୀର୍ଜା ଗୁଲାମ ଅହମ୍ମଦଙ୍କ ପରଲୋକ ପରେ ଏହି ସଂଗଠନର ଖିଲାଫତ୍ (ଉତ୍ତରାଧିକାରୀ) ପ୍ରଥା ପ୍ରଚଳନ ହୋଇଥିଲା । ବର୍ତ୍ତମାନ ଏହି ସଂସ୍ଥାର ପଞ୍ଚମ ଖଲିଫା ହଜ୍‌ରତ୍ ମୀର୍ଜା ମସ୍‌ରୁର ଅହେମ୍ମଦଙ୍କ ତତ୍ତ୍ୱାବଧାନରେ ଅହମଦିଆ ଜମାତ ବିଶ୍ୱର ୨୧୩ ଗୋଟି ଦେଶରେ ବିଶ୍ୱ ଶାନ୍ତି ଓ ଭ୍ରାତୃତ୍ୱ ଭାବ ସ୍ଥାପନ ଓ ମାନବ ସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟକରୁଅଛି । ଏହି ଅବସରରେ ଅହମଦିଆ ସଂପ୍ରଦାୟ ଭଦ୍ରକ ପକ୍ଷରୁ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ନମାଜ ତହଜ୍ଜୁଦ ପାଠ କରାଯାଇଥିଲା । ପରେ ଫଜର ନମାଜ ପାଠ, ପବିତ୍ର କୋରାନର ଜର୍ସ, ସାମୁହିକ କୋରାନ ଆବୃତ୍ତି, ସାମୁହିକ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ପରେ ମସ୍‌ଜିଦ୍ ସଭାଗୃହରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଅହମଦିଆ ଜମାତ୍‌ର ଅଧ୍ୟକ୍ଷ ସେକ୍ ଅବଦୁଲ କାଦର ଏବଂ ମୁଖ୍ୟ ପ୍ରଚାରକ ସେକ୍ ଇସ୍‌ହାକ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ସନ୍ଧ୍ୟାରେ ନମାଜ ମଗରିବ୍ ଓ ଇଶା ପରେ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ବିଶ୍ୱଶାନ୍ତି ଓ ଭ୍ରାତୃଭାବ ପାଇଁ ପ୍ରାର୍ଥନା କରାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ନାଏବ ଅମୀର ସେକ୍ ଗୁଲାମ ଅହମ୍ମଦ ଏବଂ ସେକ୍ ଓକାର ଅହମ୍ମଦ, ଏଜାଜ ମହମ୍ମଦ, ଜହୁର ଅହମ୍ମଦ, ଜାହେଦ୍ ଅମହମ୍ମଦ, ଫଜଲୁର ରହେମାନ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.