Home କେନ୍ଦୁଝର ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ଯୁଇରୁ ଡାକ୍ତରଖାନା ଗଲା ଶବ

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ, ଯୁଇରୁ ଡାକ୍ତରଖାନା ଗଲା ଶବ

38

ହାଟଡିହି-୨୩/୧୨/ (ଓଡିଆପୁଅ / ବିକାଶ ବିଶ୍ୱାଳ)ନନ୍ଦିପଦା ଥାନା ମରୈଗାଁ ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଏପରିକି ମୃତ ଯୁବକର ଶବକୁ ସତ୍କାର ପାଇଁ ନେଇଥିବା ବେଳେ ସେଠାରେ ଯୁବକର ଶରୀର ହଲିବାରୁ ତାକୁ ଯୁଇରୁ ପୁନର୍ବାର ଡାକ୍ତରଖାନାକୁ ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ଜଣାଯାିଛି ଯେ ଗ୍ରାମର ଶଙ୍କର୍ଶଣ ପଣ୍ଡା ନାମକ ଜଣେ ବ୍ୟକ୍ତି ସେହି ଗାଁରୁ ବାହା ହୋଇଥିଲେ । ଗତ କିଛିବର୍ଷ ହେଲା ସ୍ୱାମୀ ସ୍ତ୍ରୀ ଭିତରେ ପାଟିତୁଣ୍ଡ ଝଗଡା ଝାଟି ଲାଗିବାରୁ ଉଭୟ ଅଲଗା ରହୁଥିଲେ । ଗତକାଲି ରାତିରେ ତାଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା । ଆଜି ସକାଳୁ ଏହା ଦେଖିବାପରେ ସେ ବଞ୍ଚିଥିବା ଭାବି ତାଙ୍କ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ନେଉଥିବାବେଳେ ବାଟରେ ସେମାନେ ମରିଯାଇଥିବା ଜାଣି ଘରକୁ ଆଣି ସଂସ୍କାର କରୁôତଲେ । ଏହି ସମୟରେ ତାଙ୍କ ଶରୀର ହଲୀିବାରୁ ସେ ବଞ୍ଚିଥିବା ଭାବି ପୁନର୍ବାର ତାଙ୍କୁ ଆମ୍ବୁଲାନସ ଯୋଗେ ମେଡିକାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିବାପରେ ଶବକୁ ପୋଷ୍ଟମଟମ କରାଯିବାପରେ ତାଙ୍କଶବକୁ ଆଣାଯାଇ ଗାଁରେ ସଂସ୍କାର କରାଯାଇଛି । ଶଙ୍କର୍ଶଣଙ୍କ ମୃତ୍ୟୁକୁ ନେଇ ନାନା କଥା ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.