Home ଜିଲ୍ଲା ପରିକ୍ରମା ପଠାଣି ସାମନ୍ତ ଜନ୍ମସ୍ମାରକୀ ସମାରୋହ ସ୍ଥଗିତ

ପଠାଣି ସାମନ୍ତ ଜନ୍ମସ୍ମାରକୀ ସମାରୋହ ସ୍ଥଗିତ

133

ନୟାଗଡ଼, ୨୨ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କୋଭିଡ-୧୯ କଟକଣା ଯୋଗୁଁ ନୟାଗଡ଼ ଜିଲା ମହୋତ୍ସବ ଆୟୋଜନ ଅବସରରେ ପ୍ରତିବର୍ଷ ପରି ଆୟୋଜିତ ହେଉଥିବା ବିଶ୍ୱବିଶ୍ରୁତ ଜ୍ୟୋର୍ତିବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ମାରକୀ ସମାରୋହ, ସମ୍ବର୍ଦ୍ଧନା ଏବଂ ଉପାୟନ ପ୍ରଦାନ କାର୍ଯ୍ୟକ୍ରମ ଆଦିକୁ ଚଳିତ ବର୍ଷ ସ୍ଥଗିତ ରଖାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ପ୍ରମୋଦ କୁମାର ପଟ୍ଟନାୟକ ଜଣାଇଛନ୍ତି। ଏହିପରିପ୍ରେକ୍ଷିରେ ଡିସେମ୍ବର ୨୪ ତାରିଖରେ ସକାଳ ୧୦ଟା ସମୟରେ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ମହାମହୋପାଧ୍ୟାୟ ପଠାଣି ସାମନ୍ତଙ୍କ ୧୮୬ତମ ଜୟନ୍ତୀ ଅବସରରେ ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବ ବୋଲି ସଂପାଦକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.