Home Top News ଯଦି ଅଣନିଃଶ୍ଵାସୀ ଲାଗୁଛି ତେବେ ଭାରତ ଛାଡ଼ିଦିଅ: ଇନ୍ଦ୍ରେଶ କୁମାର

ଯଦି ଅଣନିଃଶ୍ଵାସୀ ଲାଗୁଛି ତେବେ ଭାରତ ଛାଡ଼ିଦିଅ: ଇନ୍ଦ୍ରେଶ କୁମାର

84

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ (ଆରଏସଏସ)ର ବରିଷ୍ଠ ନେତା ଇନ୍ଦ୍ରେଶ କୁମାର ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ‘କୃଷକଙ୍କ ପରି ବଳିଦାନ’ ଟିପ୍ପଣୀ ଉପରେ ପ୍ରତି ଜବାବ୍ ଦେଇଛନ୍ତି। ଇନ୍ଦ୍ରେଶ କୁମାର କହିଛନ୍ତି, ଯଦି ଫାରୁକ ଅବଦୁଲ୍ଲାଙ୍କୁ ଭାରତରେ ଅଣନିଃଶ୍ଵାସୀ ଲାଗୁଛି ତେବେ ତାଙ୍କୁ ଏହି ଦେଶ ଛାଡ଼ିଦେବା ଉଚିତ୍। ଦୁନିଆର ଅନ୍ୟ କୌଣସି ସ୍ଥାନ ଯଦି ତାଙ୍କୁ ପସନ୍ଦ ତେବେ ସେଠାରେ ଯାଇ ରହିବା ଉଚିତ୍। ଇନ୍ଦ୍ରେଶ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ମଧ୍ୟ ସମାଲୋଚନା କରି କହିଛନ୍ତି ଯେ, ମିଛ କହିବା ତାଙ୍କର ଏକ ଫ୍ୟାସନରେ ପରିଣତ ହୋଇ ଯାଇଛି। ଜାମ୍ମୁ- କାଶ୍ମୀରର ଦୁଇ ନେତାଙ୍କୁ ‘ଉସୁକାଇବା ପରି ରାଜନୀତି’ ବନ୍ଦ କରିବା ଉଚିତ୍ ଏବଂ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ବାଧକ ହେବା ଉଚିତ୍ ନୁହେଁ। ଇନ୍ଦ୍ରେଶ କହିଛନ୍ତି, ଅବଦୁଲ୍ଲାଙ୍କ ବୟାନରୁ ସ୍ପଷ୍ଟ ଜଣାପଡୁଛି ଯେ, ତାଙ୍କୁ ହିଂସା ବହୁତ ପସନ୍ଦ, ଶାନ୍ତି ନୁହେଁ।
ସୂଚନାଯୋଗ୍ୟ ଯେ ନ୍ୟାସନାଲ୍ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କହିଥିଲେ, କୃଷକଙ୍କ ପରି କାଶ୍ମୀରବାସୀଙ୍କୁ ବଳିଦାନ ଦେବାକୁ ପଡ଼ିବ। ତେବେ ଯାଇ କେନ୍ଦ୍ର ସରକାର ଜାମ୍ମୁ- କାଶ୍ମୀରରେ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା (ଅନୁଚ୍ଛେଦ ୩୭୦ ଓ ୩୫ଏ) ଲାଗୁ କରିବେ। ଅବଦୁଲ୍ଲା କହିଥିଲେ, ୧୧ ମାସର ଆନ୍ଦୋଳନ ସମୟରେ ୭୦୦ କୃଷକଙ୍କ ମୃତ୍ୟୁ ଘଟିଛି। କୃଷକଙ୍କ ବଳିଦାନରେ ହିଁ କେନ୍ଦ୍ର ସରକାର ତିନି କୃଷି ଆନଇ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ। ଆମେ ନିଜର ଅଧିକାର ଫେରି ପାଇବା ପାଇଁ ଠିକ୍ ସେହିଭଳି ବଳିଦାନ ଦେବାକୁ ପଡ଼ିବ।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.