Home କୋରାପୁଟ ମିଶନଶକ୍ତି ଜିଲ୍ଲାସ୍ତରୀୟ ମହାସଂଘ  କର୍ମକର୍ତା ନିର୍ବାଚନ

ମିଶନଶକ୍ତି ଜିଲ୍ଲାସ୍ତରୀୟ ମହାସଂଘ  କର୍ମକର୍ତା ନିର୍ବାଚନ

30

କୋରାପୁଟ ୦୯-୦୩ (ଓଡିଆ ପୁଅ /ରଂଜନ ଦାସ) ମିଶନଶକ୍ତି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଶନଶକ୍ତି ମହାସଂଘ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜୟକୃଷ୍ଣ ମହାପାତ୍ର ଏବଂ ଜିଲ୍ଲା ମିଶନଶକ୍ତି ସଂଯୋଜିକା ସବିତା ସମାଦାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ନିର୍ବାଚନରେ  ନିଦ୍ଦ୍ୱର୍ନ୍ଦରେ ସଭାନେତ୍ରୀ  ଭାବେ  ଜ୍ୟୋତିରେଖା ଚେଟ୍ଟୀ ,ସମ୍ପାଦିକା ଭାବେ ଶୈଳବାଳା ଦାଶ ଓ ମିତୁଳା ଶିଶା କୋଷାଧ୍ୟକ୍ଷା ଭାବେ  ନିର୍ବାଚିତ ହୋଇଛନ୍ତି । ସେହିପରି  ରେଣୁବାଳା ପଟ୍ଟନାୟକ  ଏବଂ   ପ୍ରମିଳା କ୍ରିଷ୍ନା ୧୧ଟି ଲେଖାଏଁ  ଭୋଟ ପାଇ  ଯଥାକ୍ରମେ ଉପ-ସଭାନେତ୍ରୀ ଓ  ସହ-ସମ୍ପାଦିକା ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଅଂଶୁମାଳା ସ୍ୱାଇଁ, ସଂଜିତା ଗରଡା,ଧନତ୍ରି ଗଲୋରୀ,ବି.ପୁନ୍ୟବତୀ,ମମତା ଦେପରପାଲ୍ଲି,ଝୁନିକି ପୂଜାରୀ କାର୍ଯ୍ୟକାରୀ ସଦସ୍ୟା ଭାବେ  ମନୋନୀତ ହୋଇଛନ୍ତି । ଜିଲ୍ଲା  ମହାସଂଘର  ହିସାବ ରକ୍ଷକ ଉମେଶ କୁମାର ଶବର,ଏମପିଡବଲ୍ୟୁ କୃଷ୍ଣ ବାରାତିଆ,ସୁପରଭାଇଜର ସାଇପ୍ରସାଦ ଚୌଧୁରୀ,ପବିତ୍ର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.