Home ଜିଲ୍ଲା ପରିକ୍ରମା ଚାଷୀଙ୍କ ଘର ଘର ବୁଲି ସର୍ଭେ କଲେ ଅଧିକାରୀ

ଚାଷୀଙ୍କ ଘର ଘର ବୁଲି ସର୍ଭେ କଲେ ଅଧିକାରୀ

63

ବାହାନଗା, ୯ା୩(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ବିଭିନ୍ନ ସେବା ସମବାୟ ସମିତିରେ ଅଭାବୀ ଧାନ ବିକ୍ରିକୁ କେନ୍ଦ୍ର କରି ଚାଷୀ ମାନେ ସେବା ସମବାୟ ଅଫିସରେ ତାଲା ପକାଇ ଓ ଧାନ ବସ୍ତା ଆଗରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁଣି ପର ଦିନ ଚାଷୀ ମାନେ ଧାନ କିଣିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ଫଳରେ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାହାନଗା ତହସିଲଦାର ତଥା ବିଡ଼ିଓ ରାଜେନ୍ଦ୍ର ନାରାୟଣ କର, ଏଡ଼ମିନଷ୍ଟ୍ରେଟର ଗୋପବନ୍ଧୁ ଦାସ, ଯୋଗାଣ ଅଧିକାରୀଣୀ ଏଲିନା ସାହୁ ଓ ସମିତି ସମ୍ପାଦକ ପ୍ରମୁଖ ଖରାସାହାପୁର ପଞ୍ଚାୟତ ଆଳଦା ସେବା ସମବାୟ ସମିତିର ଖରାସାହାପୁର , ଅଠିଳାବାଜ, ଉପର ଆଡ଼ିଆ, ବରଜଦେଉଳି, ରମଧା ଗ୍ରାମ ଓ କଲ୍ୟାଣୀ ସେବାସମବାୟ ସମିତି ଅଧିନ ବିଭିନ୍ନ ଗ୍ରାମର ଚାଷୀଙ୍କ ଘର ଘର ବୁଲି ଧାନର ସର୍ଭେ କରିଥିବାର ଜଣାପଡ଼ିଛି । । ଏହି ଆଧାରରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବାର ଜଣାପଡ଼ିଛି । ଏ ବାବଦରେ ତହସିଲଦାର ତଥା ବିଡ଼ିଓ ରାଜେନ୍ଦ୍ର ନାରାୟଣ କରଙ୍କୁ ପଚାରିବାରୁ ସେ କଲ୍ୟାଣୀ ପଞ୍ଚାୟତର ଅଳ୍ପ ସଂଖ୍ୟକ ଓ ଆଳଦା ସମବାୟ ସମିତିର ବହୁ ଚାଷୀଙ୍କର ଧାନ ମହଜୁଦ ଥିବାର ପ୍ରକାଶ କରିବା ସହ ଏହି ଆଧାରରେ ଆମ୍ଭେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ବୋଲି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.