Home କୋରାପୁଟ ଅଟୋରିକ୍ସା-ମିନିଟ୍ରକ ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ

ଅଟୋରିକ୍ସା-ମିନିଟ୍ରକ ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ

38

କୋରାପୁଟ ୦୯-୦୩(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ-ବୋରିଗୁମ୍ମା ରାସ୍ତାର ମୁସୁରିଆଗୁଡା ଛକରେ ଏକ ଅଟୋରିକ୍ସା ଓ ମିନିଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣା  ସ୍ଥଳରେ   ଅଟୋ ଚାଳକ ହାରି ପୁଜାରୀ(୪୦)ଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ  କୋରାପୁଟ ବ୍ଲକ କେନ୍ଦାର ପଂଚାୟତ ବାଲିପେଟ୍ଟା ଗ୍ରାମର ହରି ପୁଜାରୀ ଆଜି ସକାଳେ ନିଜ ଅଟୋରିକ୍ସା ନେଇ କୋରାପୁଟ ଯାଉଥିବାବେଳେ  ମୁସୁରିଆଗୁଡା ଛକ ନିକଟରେ ସମୁଖରୁ ଆସୁଥିବା ଏକ ମିନି ଟ୍ରକ ଧକ୍କା ଦେଇଥିଲା । ଫଳରେ ହରିର ମୁଣ୍ଡ ଓ ଦୁଇଟି ହାତ ଶରୀରରୁ ଅଲଗା ହୋଇ ପଡିଥିଲା । ସୂଚନା ପାଇ ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଓ ଅନ୍ୟ ମାନେ ଘଟଣା ସ୍ଥଳରେ ପହଂଚି  ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ମୃତ ହରିଙ୍କ ପୁତ୍ର କମଲଲୋଚନ ପୂଜାରୀଙ୍କୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜରୁରୀକାଳୀନ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ପି.କେ.ସାମଲ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.