Home ଜିଲ୍ଲା ପରିକ୍ରମା ମହିଳା ମହାସଂଘର ବ୍ୟାପକ ଅନିୟମିତତା ଅଭିଯୋଗରେ ମହିଳାଙ୍କ ଧାରଣା

ମହିଳା ମହାସଂଘର ବ୍ୟାପକ ଅନିୟମିତତା ଅଭିଯୋଗରେ ମହିଳାଙ୍କ ଧାରଣା

127

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ମହିଳା ମହାସଂଘର ବିଭିନ୍ନ ସମସ୍ୟା ଉପୁଜୁଥିବାବେଳେ ଆଜି ତାହା ଉଗ୍ରରୁପ ନେଇଛି । ପ୍ରତିବାଦରେ ସଂଘର ଶତାଧିକ ସଦସ୍ୟା ମାନେ ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସ୍ୱରୁପ ଧାରଣାରେ ବସିଥିଲେ । ଘଟଣାରୁ ପ୍ରକାଶ ଯେ ଉକ୍ତ ମହାସଂଘର କେତେକ ଇସି ସଭ୍ୟାଙ୍କ ଅଗୋଚରରେ ଏବଂ ଜାଲ ଦସ୍ତଖତ କରି ୧୨ଲକ୍ଷ ୭୦ହଜାର ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି । ସଂଘର ବିଭିନ୍ନ ଆସବାବପତ୍ର କିଣାଯିବାପାଇଁ ଅନୁମୋଦନ ମଧ୍ୟ କରାଯାଇଛି । ଏହି ମହାସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କ ମନମୁଖି କାର୍ଯ୍ୟ ସି.ଆର.ପି., ଏମ୍‌.ବି.କେ. ନିଯୁକ୍ତି ଏବଂ ପରିଚାଳନାରେ ବ୍ୟାପକ ତୃଟିନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଆଜି ମହାସଂଘର ଶତାଧିକ ମହିଳା ସଦସ୍ୟା ମାନେ ଉକ୍ତ ଦାବିନେଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଧାରଣାରେ ବସିଥିଲେ । ଖବରପାଇ ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ଏବିଡ଼ିଓ ସୁଶ୍ରୀ ସର୍ମିଷ୍ଠା, ଥାନାଅଧିକାରୀ ରତିକାନ୍ତ ଗିରି, ବିପିଏମ୍ ପିତବାସ ବିଶ୍ୱାଳ ପ୍ରମୁଖ ଘଟଣା ସ୍ଥଳରେ ପହଂଚିଥିଲେ ଏବଂ ଏକ ପ୍ରତିନିଧିଦଳଙ୍କ ସହ ଆଲୋଚନା କରାଯାଇଥିଲା । ମହିଳା ମହାସଂଘକୁ ଆସିଥିବା ଅର୍ଥକୁ ଯାଞ୍ଚ କରାଯିବା ସହ ଏକାଉଣ୍ଟକୁ ସିଜ କରାଯିବ, ତିନିଦିନ ମଧ୍ୟରେ ଘଟଣାର ଅନୁଧ୍ୟାନ କରାଯିବ ଓ ଏପ୍ରିଲ ମାସରେ ମହାସଂଘ ଗଠନ ସମ୍ପର୍କରେ ଆଲୋଚନା କରାଯିବବୋଲି ବିଡ଼ିଓ ଶ୍ରୀ ମୁର୍ମୁ ପ୍ରତିନିଧି ଦଳଙ୍କୁ ପ୍ରତିସୃତି ଦେବାପରେ ମହିଳା ସଦସ୍ୟା ମାନେ ଏହି ଧାରଣାରୁ ଓହରି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.