Home ଜିଲ୍ଲା ପରିକ୍ରମା ଦୁଇ ମୋବାଇଲ୍ ଲୁଟେରା ଗିରଫ, ୨୨ ମୋବାଇଲ୍ ଜବତ

ଦୁଇ ମୋବାଇଲ୍ ଲୁଟେରା ଗିରଫ, ୨୨ ମୋବାଇଲ୍ ଜବତ

35

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଟାଉନ୍ ପୁଲିସ୍ ଦ୍ୱାରା ଦୁଇଜଣ ମୋବାଇଲ୍ ଲୁଟେରା ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୨୨ଟି ମୋବାଇଲ୍ ଓ ଗୋଟିଏ ବାଇକ୍ ଜବତ କରାଯାଇଛି । ଗିରଫ ହୋଇଥିବା ଦୁଇ ଲୁଟେରା ହେଲେ ମଳୟ ଦାସ ଓ ମନୁ ଶର୍ମା । ସେମାନେ ମଧ୍ୟ ପୂର୍ବରୁ ମୋବାଇଲ୍ ଚୋରି ଅଭିଯୋଗରେ ଗିରଫ ହୋଇଥିଲେ । ତେବେ ଜେଲ୍‌ରୁ ବାହାରି ପୁଣି ଗତ କିଛିଦିନ ହେବ ଏହି ମୋବାଇଲ୍ ଚୋରି କାରବାର କରୁଥିଲେ ବୋଲି ଆଜି ଏସ୍‌ଡିପିଓ ସାର୍ଥକ ରାୟ ଆଜି ସହରାଞ୍ଚଳ ଥାନାରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି । ଶ୍ରୀ ରାୟଙ୍କ ସୂଚନା ମୂଳେ ସହରରେ ଏଭଳି ମୋବାଇଲ୍ ଚୋରି ବୃଦ୍ଧି ପାଇଥିବାବେଳେ ଜଣେ ମହିଳାଙ୍କ ସାଇକେଲ୍ ବାସ୍କେଟରୁ ଏକ ମୋବାଇଲ୍ ଚୋରି ହୋଇଥିଲା । ତାଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ସହରାଞ୍ଚଳ ଥାନା ପୁଲିସ୍ ଉପରୋକ୍ତ ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.